ବନାଖଣ୍ଡି ପଞ୍ଚାୟତ ପକ୍ଷରୁ କରୋନା ମୁକାବିଲା ପାଇଁ ଆଇସୋଲେସନ ଵେଡ ପ୍ରସ୍ତୁତ
କୋଣାର୍କ,(ଗଣେଶ ଚନ୍ଦ୍ର ବେହେରା):କୋଣାର୍କ ନିକଟସ୍ଥ ବାନାଖଣ୍ଡି ଗ୍ରାମ ପଞ୍ଚାୟତ ପକ୍ଷରୁ କରୋନା ମହାମାରୀ କୋଭିଡ ୧୯ ର ମୁକାବିଲା କରିବା ନିମନ୍ତେ ବ୍ୟାପକ ପ୍ରସ୍ତୁତି କରାଯିବା ସହ ଲକ ଡାଉନ ନିର୍ଦ୍ଦେଶନାମା କୁ ପାଳନ କରିଵା ସହ ସାମାଜିକ ଦୂରତା ରକ୍ଷା ପାଇଁ ପଂଚାୟତ ପ୍ରଶାସନ ପକ୍ଷରୁ ସୁବନ୍ଦୋବସ୍ତ କରାଯାଇଛି। ଖଵରରୁ ପ୍ରକାଶ ଯେ କରୋନା ମହାମାରୀ କୋଭିଡ ୧୯ ନିମନ୍ତେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ପଂଚାୟତ ସ୍ତରରେ ଆଇସୋଲେସନ ସେଣ୍ଟର ଖୋଲାଯିବା ସହ ପଂଚାୟତ ର ପ୍ରତ୍ୟକ ଗ୍ରାମ ରେ ବ୍ୟାପକ ଜନସଚେତନତା ସୃଷ୍ଟି କରାଯାଉଛି। ଏହି ପରିପ୍ରେକ୍ଷୀରେ କୋଣାର୍କ ଥାନା ଅଧୀନସ୍ଥ ବନାଖଣ୍ଡି ଗ୍ରାମ ପଞ୍ଚାୟତ ପକ୍ଷରୁ ୨୦ ଶଯ୍ୟା ବିଶିଷ୍ଟ ଆଇସୋଲେସନ ବେଡ ସାରଡା ଗ୍ରାମ ବାତ୍ୟା ଆଶ୍ରୟସ୍ଥଳୀ ଠାରେ କରାଯାଇଛି। ଏହି କେନ୍ଦ୍ର କୁ ନିୟମିତ ସାନିଟାଇଜ କରାଯିବା ସହ ଏହାର ଦାୟିତ୍ବ ରେ ବିରଞ୍ଚି ନାରାୟଣ ପାତ୍ର ଓ କୃଷ୍ଣ ଚନ୍ଦ୍ର ପରିଡା ୨ଜଣ ଓର୍ଚ ମ୍ଯାନ ମୁତୟନ କରାଯାଇଛି। ଏହି କେନ୍ଦ୍ରରେ ପାନୀୟଜଳ ଯୋଗାଣ ପାଇଁ ଆକ୍ଯୁଗାର୍ଡ ବ୍ୟବସ୍ଥା,୨୪ ଘଣ୍ଟା ବିଦ୍ୟୁତ ବ୍ୟବସ୍ଥା ପାଇଁ ଇନଭୋଟର,ପରିମଳ ବ୍ୟବସ୍ଥା ପାଇଁ ୪ଗୋଟି ଶୌଚାଳୟ, ପ୍ରତ୍ୟେକ ବେଡ ନିକଟରେ ସାଵୁନ,ଵାଲଟି ମଗ ସହ ସାନିଟାଇଜର ରଖାଯାଇଛି। ଏହି ପରିପ୍ରେକ୍ଷୀରେ ପଂଚାୟତ ପକ୍ଷରୁ ବାହାରେ ଯେଉଁସବୁ ଲୋକ ମାନେ ଅଛନ୍ତି ସେମାନେ ଆସିଲେ ତାଙ୍କୁ ନିୟମିତ ରନ୍ଧା ଖାଦ୍ୟ ଯୋଗାଇ ଦିଆଯିବ ବୋଲି ସରପଞ୍ଚ ସୂଚନା ଦେଇଛନ୍ତି ।ଏହି ଅବସରରେ ଗ୍ରାମ ପଞ୍ଚାୟତ ର ଜନସାଧାରଣ ଙ୍କ ମଧ୍ୟରେ ସାମାଜିକ ଦୂରତା ରକ୍ଷା କରାଯିଵା ସହ ମାକ୍ସ ବ୍ୟବହାର ଓ ସାନିଟାରୀଯ ସ୍ପ୍ରେ କରିବା ସହ ସରପଞ୍ଚ ଜିତେନ୍ଦ୍ର ନାଥ ମଲ୍ଲିକ ଘର ଘର ବୁଲି ସଚେତନତା କରୁଛନ୍ତି ।