ବନାଖଣ୍ଡି ପଞ୍ଚାୟତ ପକ୍ଷରୁ ଖୋଲିଲା ଜଳଛତ୍ର ଶିବିର
କୋଣାର୍କ, (ଗଣେଶ ଚନ୍ଦ୍ର ବେହେରା):ପୁରୀ ଜିଲ୍ଲା ଗୋପ ବ୍ଲକ ଅନ୍ତର୍ଗତ ବନାଖଣ୍ଡି ପଞ୍ଚାୟତ ପକ୍ଷରୁ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଜଳଛତ୍ର ଶିବିର ଶୁଭାରମ୍ଭ ହୋଇଛି। ଖବରରୁ ପ୍ରକାଶ ଯେ ବନାଖଣ୍ଡି ପଞ୍ଚାୟତ ର ସରପଞ୍ଚ ପ୍ରଜ୍ଞା ପରମିତା ଙ୍କ ନେତୃତ୍ବରେ ଜୁଣେଇ ବଜାର , ଦଶବଟିଆ ବଜାର ଓ ସାରଡ଼ା ବଜାର ଆଦି ତିନି ଗୋଟି ସ୍ଥାନରେ ଏହି ଜଳଛତ୍ର ଶୁଭାରମ୍ଭ କରାଯାଇଅଛି । ପଞ୍ଚାୟତ ପକ୍ଷରୁ ଏଭଳି ଜନକଲ୍ୟାଣକାରୀ କାର୍ଯ୍ୟକ୍ରମକୁ ସ୍ଥାନୀୟ ଗ୍ରାମ ବାସୀମାନେ ଭୂୟଂଶ ପ୍ରଶଂସା କରିଥିଲେ । ଏହି ତିନି ଗୋଟି ବଜାର ରୋଡ଼ ଦେଇ କୋଣାର୍କ ମନ୍ଦିରକୁ ଆସୁଥିବା ପର୍ଯ୍ୟଟକ ଓ ସ୍ଥାନୀୟ ଲୋକମାନେ ମାନେ ବନାଖଣ୍ଡି ପଞ୍ଚାୟତ ପକ୍ଷରୁ ଖୋଲା ଯାଇଥିବା ଜଳଛତ୍ର ଶିବିର ରୁ ପାନୀୟ ଜଳ ପିଇବା ସହ ସନ୍ତୋଷ ବ୍ଯକ୍ତ କରିଥିଲେ । ଏହି କାର୍ଯ୍ୟକ୍ରମକୁ ବନାଖଣ୍ଡି ପଞ୍ଚାୟତ ର ସଭାପତି ବିଶ୍ୱଜିତ୍ ବିଶ୍ବାଳ ଓ ଅନ୍ୟ ମାନଙ୍କ ମଧ୍ୟରେ ବନମାଳୀ ମୁରୁଡି , ବିରଞ୍ଚି ପାତ୍ର , ରାଜୀବ ପ୍ରଧାନ ପ୍ରମୁଖ ପରିଚାଳନା କରିଥିଲେ ।


