ବନାଗ୍ନିର ଅଂଚଳରେ ନିଆ ଲଗାଉଥିବା ବ୍ୟକ୍ତିଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ହେବ

ଭୁବନେଶ୍ୱର, (ଓ୍ବାଇଏନ୍ଏସ୍) : ଗତ ୪ ରୁ ୫ ମାସ ମଧ୍ୟରେ ବର୍ଷା ହୋଇନଥିବାରୁ ଚଳିତ ବର୍ଷ ରାଜ୍ୟର କେତେକ ସ୍ଥାନରେ ବନାଗ୍ନି ଦେଖାଦେଇଛି । ଏହାର ନିୟନ୍ତ୍ରଣ ଏବଂ ନିର୍ବାପନ ପାଇଁ ତତ୍‌କ୍ଷଣାତ୍‌ ସମନ୍ବିତଭାବେ କାର୍ଯ୍ୟ କରିବାକୁ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଜିଲ୍ଲାସ୍ତରୀୟ ଅଧିକାରୀମାନଙ୍କୁ ନିଦେ୍ର୍ଦଶ ଦେଇଛନ୍ତି । ରାଜ୍ୟ ଲୋକସେବା ଭବନରୁ ଭିଡିଓ କନ୍‌ଫେରେନ୍‌ସିଂ ମାଧ୍ୟମରେ ବନାଗ୍ନି ପ୍ରଭାବିତ ଜିଲ୍ଲାର ଜିଲ୍ଲାପାଳ, ଏସ୍‌.ପି ଏବଂ ବନଖଣ୍ଡ ଅଧିକାରୀମାନଙ୍କ ସହ ବାସ୍ତବ ସ୍ଥିତି ଏବଂ ବନାଗ୍ନି ନିୟନ୍ତ୍ରଣ ପାଇଁ ଉଦ୍ଧିଷ୍ଟ ନିଦ୍ର୍ଧାରିତ କାର୍ଯ୍ୟ ଧାରା (ଏସ୍‌.ଓ.ପି.) ର କାର୍ଯ୍ୟାନ୍ବୟନ ସମୀକ୍ଷା କରି ମହାପାତ୍ର ଏହି ନିଦେ୍ର୍ଦଶ ଦେଇଛନ୍ତି । ବୈଠକରେ ଜଙ୍ଗଲ ଓ ପରିବେଶ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡ଼ଃ ମୋନା ଶର୍ମା ବନାଗ୍ନି ପାଇଁ ଏସ୍‌.ଓ.ପି.ର କାର୍ଯ୍ୟାନ୍ବୟନ ସମ୍ବନ୍ଧିତ ଅାଥିର୍କ, ବୈଷୟିକ ଓ ପ୍ରଶାସନିକ ବ୍ୟବସ୍ଥା ବାବଦରେ ସବିଶେଷ ସୂଚନା ଦେଇଥିଲେ । ବନାଗ୍ନି ନିୟନ୍ତ୍ରଣ ଓ ନିର୍ବାପନରେ ଓଡ୍ରାଫ୍‌, ଅଗ୍ନିଶ୍ରମ ସେବା ସଂସ୍ଥା ୟୁନିଟ୍‌, ଜଙ୍ଗଲ ବିଭାଗ ଏବଂ ଜିଲ୍ଲା ପ୍ରଶାସନ ମିଳିତଭାବେ ଯୁଦ୍ଧକାଳୀନ ଭିତ୍ତିରେ ୨୪ ଘଣ୍ଟିଅା କାମ ଜାରି ରଖିବାକୁ ମୁଖ୍ୟ ଶାସନ ସଚିବ ନିଦେ୍ର୍ଦଶ ଦେଇଥିଲେ । ଏହି କାମରେ ବନ ସଂରକ୍ଷଣ ସମିତି, ପଂଚାୟତି ରାଜ ଅନୁଷ୍ଠାନ ଜଙ୍ଗଲ ନିକଟବତ୍ର୍ତୀ ଗ୍ରାମବାସୀ, ଇକୋ-କ୍ଲବ୍‌ ଏବଂ ସେ୍ୱଚ୍ଛାସେବୀ ଅନୁଷ୍ଠାନମାନଙ୍କୁ ସକ୍ରିୟଭାବେ ସାମିଲ କରିବା ପାଇଁ ଉନ୍ନୟନ କମିଶନର ପ୍ରଦୀପ କୁମାର ଜେନା କହିଥିଲେ । ଜଙ୍ଗଲ ଅଂଚଳରେ ୨୪ ଘଣ୍ଟିଅା ପେଟେ୍ରାଲିଂ ଜାରି ରଖିବା ସହ ଅନ୍‌ଲାଇନ୍‌ ସତର୍କ ସୂଚନାର ପ୍ରୟୋଗ କରି ନିଅାଁ ଏବଂ ଧୂଅାଁ ଅାଦି ସ୍ଥାନର ଚିହ୍ନଟ ସହ ତତ୍‌କ୍ଷଣାତ୍‌ ପଦକେ୍ଷପ ନିମନେ୍ତ ମୁଖ୍ୟ ଶାସନ ସଚିବ ନିଦେ୍ର୍ଦଶ ଦେଇଥିଲେ । ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନିଦେ୍ର୍ଦଶରେ ଗଠନ କରାଯାଇଥିବା ରାଜ୍ୟସ୍ତରୀୟ ଟାକ୍ସ ଫୋର୍ସ ପ୍ରତିଦିନ ବନାଗ୍ନି ସ୍ଥିତିର ସମୀକ୍ଷା କରିବେ । ସେଥି ପାଇଁ ଜିଲ୍ଲା ଓ ବନଖଣ୍ଡ ସ୍ତରରେ ଅଧିକ ସ୍କ୍ବାର୍ଡ ଗଠନ କରି ସ୍ଥିତିର ନିୟନ୍ତ୍ରଣ ଓ ପରିଚାଳନା କରିବା ସହ ନିଅାଁ ଲିଭାଇବା ସମ୍ଭାବ୍ୟ ସମେ୍ବଦନଶୀଳ ସ୍ଥାନ ଗୁଡିକ ଉପରେ ସତର୍କ ଦୃଷ୍ଟି ରଖିବାକୁ ଉନ୍ନୟନ କମିଶନର ଜେନା ପରାମର୍ଶ ଦେଇଥିଲେ । ଜଙ୍ଗଲ ନିରୀକ୍ଷଣ ବ୍ୟବସ୍ଥା ଏବଂ ପେଟେ୍ରାଲିଂ ଅାଦି ମାଧ୍ୟମରେ ଶିକାର, ପୋଡୁଚାଷ, ବା ଅପରାଧି ମନୋଭାବରେ ଉଦେ୍ଦଶ୍ୟମୂଳକ ଭାବେ ନିଅାଁ ଲଗାଉଥିବା ବ୍ୟକ୍ତିମାନଙ୍କ ବିରୁଦ୍ଧରେ ଦୃଢ଼ ଫୌଜଦାରୀ କାର୍ଯ୍ୟାନୁଷ୍ଠାନ ନେବାକୁ ମୁଖ୍ୟ ଶାସନ ସଚିବ ନିଦେ୍ର୍ଦଶ ଦେଇଥିଲେ । ବନାଗ୍ନି ନିରୋଧ ପାଇଁ ଚୁକ୍ତିଭିତ୍ତିରେ ନିୟୋଜିତ ହୋଇଥିବା ପ୍ରାୟ ୬୦୦୦ ଲୋକଙ୍କୁ ପୂଣ୍ର୍ଣମାତ୍ରାରେ କାର୍ଯ୍ୟରେ ଲଗାଇବା ପାଇଁ ମଧ୍ୟ ବନଖଣ୍ଡ ଅଧିକାରୀମାନଙ୍କୁ ନିଦେ୍ର୍ଦଶ ଦିଅାଯାଇଥିଲା । ବନାଗ୍ନି ନିୟନ୍ତ୍ରଣ ପାଇଁ ଅଧିକ ବୈଷୟିକ ଯନ୍ତ୍ରପାତି ଏବଂ ଅର୍ଥ ଯୋଗାଇ ଦିଅାଯିବ ବୋଲି ମୁଖ୍ୟ ଶାସନ ସଚିବ ସ୍ପଷ୍ଟ କରିଥିଲେ । ଲକ୍ଷ୍ୟଭେଦୀ ସମନ୍ବିତ କେ୍ଷତ୍ରସ୍ତରୀୟ କାର୍ଯ୍ୟ ମାଧ୍ୟମରେ ଏହାକୁ ପୂଣ୍ର୍ଣ ନିୟନ୍ତ୍ରଣାଧିନ କରିବାକୁକଡ଼ା ନିଦେ୍ର୍ଦଶ ଦେଇଥିଲେ । ଜଙ୍ଗଲରେ ନିଅାଁ ଳଗାଇବା ଏକ ଦଣ୍ଡନୀୟ ଅପରାଧ ବୋଲି ମୁଖ୍ୟ ଶାସନ ସଚିବ କହିଥିଲେ । ଦୃଷ୍ଟ ପ୍ରକୃତିର ବ୍ୟକ୍ତିଙ୍କ ଉପରେ କଡ଼ା ନଜର ରଖିବା ଏବଂ ନିଅାଁ ବା ଧୂଅାଁର ତତ୍‌କ୍ଷଣାତ୍‌ ସୂଚନା ଦେବା ନିମନେ୍ତ ଜଙ୍ଗଲ ନିକଟବତ୍ତୀର୍ ଗ୍ରାମବାସୀମାନଙ୍କ ମଧ୍ୟରେ ବ୍ୟାପକ ସଚେତନତା କାର୍ଯ୍ୟ ଲଗାତାର ଜାରି ରଖିବାକୁ ମଧ୍ୟ ମୁଖ୍ୟ ଶାସନ ସଚିବ ଜିଲ୍ଲାପ୍ରଶାସନଙ୍କୁ ନିଦେ୍ର୍ଦଶ ଦେଇଥିଲେ । ଉନ୍ନୟନ କମିଶନର ପ୍ରଦୀପ କୁମାର ଜେନା, ଜଙ୍ଗଲ ଓ ପରିବେଶ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡ଼ଃ ମୋନା ଶର୍ମା, ଗୃହ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ସଂଜୀବ ଚୋପ୍ରା, ପ୍ରଧାନ ମୁଖ୍ୟ ବନ ସଂରକ୍ଷକ ସନ୍ଦିପ୍‌ ତ୍ରିପାଠୀ, ବନ୍ୟଜନ୍ତୁ ମୁଖ୍ୟ ବନ ସଂରକ୍ଷକ ଶଶି ପଲ୍‌ଙ୍କ ସମେତ ସଂପୃକ୍ତ ବିଭାଗର ବରିଷ୍ଠ ଅଧିକାରୀମାନେ ବୈଠକର ଅାଲୋଚନାରେ ଅଂଶଗ୍ରହଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ