କଳିଙ୍ଗ ଭାଷା ମହୋତ୍ôସବରେ ମହିଳା ନୃତ୍ୟ ଗୁରୁ ପ୍ରଜ୍ଞା ପଟ୍ଟନାୟକ ସମ୍ବର୍ଦ୍ଧିତ

ଭୁବନେଶ୍ୱର: (ଓ୍ବାଇଏନ୍ଏସ୍) : ନାରୀ ସକଳ ଶକ୍ତିର ଆଧାର, ନାରୀ ହସିଲେ ଦେଶ ହସିବ, ନାରୀ ସଶକ୍ତି କରଣ, ନାରୀକୁ ସେମାନଙ୍କର ପ୍ରଚେଷ୍ଟା ପାଇଁ ଯଥୋଚିତ୍ତ ସମ୍ମାନ, ସେମାନଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ ଇତ୍ୟାଦି ହେଉଛି ଦେଶ ପ୍ରଗତୀର ଉତ୍ସ । ଏହାକୁ ଦୃଷ୍ଟରେ ରଖି ନାରୀକୁ ସେମାନଙ୍କର କର୍ମକ୍ଷେତ୍ରରେ ମହତ୍ୱପୂର୍ଣ୍ଣ ଅବଦାନ ପାଇଁ ରାଜ୍ୟର ଅନ୍ୟତମ ଖ୍ୟାତନାମା ମହିଳା ନୃତ୍ୟଗୁରୁ, ସମାଜସେବୀ, ଛାତ୍ରବତ୍ସଳା ଶିକ୍ଷୟିତ୍ରୀ ଶ୍ରୀମତୀ ପ୍ରଜ୍ଞା ପ୍ରୀୟଦର୍ଶିନୀ ପଟ୍ଟନାୟକଙ୍କୁ ଉଚ୍ଛୋସିତ ସମ୍ବର୍ଦ୍ଧନା ପ୍ରଦାନ କରଯାଇଛି । ଏହି ଅବସରରେ ସ୍ଥାନୀୟ ସିମ୍ପୋନି ମଲ୍‌ର ସମ୍ମେଳନ କକ୍ଷରେ ଆୟୋଜିତ କଳିଙ୍ଗ ଭାଷା ମହୋତ୍ôସବର ଏକ ବର୍ଣ୍ଣାଢ୍ୟ ସମାରୋହରେ ସାହିତ୍ୟ ଏକାଡେମୀ ପୁରସ୍କୃତା ଲେଖିକା ଗାୟତ୍ରୀ ସରାଫ, ପ୍ରଶାସନିକା ଅଧିକାରୀ ତଥା ଲେଖିକା ଶୁଭା ଶର୍ମା, ସୁନାମଧନ୍ୟ ଲେଖିକା ମମତା ଦାସ, ଚିରାଗ ଇନ୍ଦ୍ରସିଂହ ପ୍ରମୁଖ ଅତିଥି ରୂପେ ଯୋଗଦେଇ ବଶେଷକରି ନୃତ୍ୟ ଓ ସଂଗୀତ କ୍ଷେତ୍ରକୁ ଉଲ୍ଲେଖନୀୟ ଅବଦାନ ପାଇଁ ଏକମାତ୍ର ମହିଳା ଭାବେ ଶ୍ରୀମତୀ ପଟ୍ଟନାୟକଙ୍କୁ ଉତ୍ତରୀୟ, ପୁଷ୍ପଗୁଚ୍ଛ, ମାନପତ୍ର ତଥା ପୁସ୍ତକ ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ । ଏଠାରେ ଉଲ୍ଲେଖଯୋଗ୍ୟ ଯେ ପିଲାଦିନୁ ନୃତ୍ୟ ଓ ସଂଗୀତରେ ରୁଚି ରଖିଥିବା ଶ୍ରୀମତୀ ପଟ୍ଟନାୟକ ଛୋଟ ଛୋଟ ପିଲାମାନଙ୍କୁ ପ୍ରାରମ୍ଭରୁ ନୃତ୍ୟ ପ୍ରତି ଆଗ୍ରହ ସୃଷ୍ଟି କରି ସେମାନଙ୍କୁ ରାଜ୍ୟ ତଥା ରାଜ୍ୟ ବାହାରର ବିଭିନ୍ନ ମଞ୍ଚରେ ପାରଦର୍ଶୀତା ଦେଖାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରି ଆସୁଛନ୍ତି । ଏଥସହିତ ବର୍ତ୍ତମାନ ଡି.ଏ.ଭି କଳିଙ୍ଗନଗର ଠାରେ ନୃତ୍ୟ ବିଭାଗର ଶିକ୍ଷୟିତ୍ରୀ ଭାବେ କାର୍ଯ୍ୟରତ ଶ୍ରୀମତୀ ପଟ୍ଟନାୟକ ସମାଜସେବା ତଥା ଛାତ୍ରବତ୍ସଳା ଭାବେ ବେଶ୍ ସୁନାମ ଅର୍ଜନ କରିଛନ୍ତି । ସମ୍ବର୍ଦ୍ଧନାର ଉତ୍ତରେରେ ଶ୍ରୀମତୀ ପଟ୍ଟନାୟକ ଆୟୋଜକଙ୍କୁ ଧନ୍ୟବାଦ ଦେବାସହ ଏହା ତାଙ୍କ କାର୍ଯ୍ୟ କ୍ଷେତ୍ରରେ ଆଗକୁ ବଢାଇବାରେ ସହାୟକ ହେବ ବୋଲି ମତବ୍ୟକ୍ତି କରିଥିଲେ । ଏହି ଅବସରରେ ଉପସ୍ଥିତ ଥିବା ସମାଜର ବିଭିନ୍ନ ବର୍ଗରେ ପାରଦର୍ଶୀତା ଲାଭ କରିଥିବା ମହିଳା, ଛାତ୍ରଛାତ୍ରୀ ଶୀମତୀ ପଟ୍ଟନାୟକଙ୍କୁ ଶୁଭେଚ୍ଛା ପ୍ରଦାନ କରିବା ସହ ତାଙ୍କର ଉତ୍ତୋରତ୍ତର ଊନ୍ନତି କାମନା କରିଥିଲେ । ଏହି ଅସରରରେ ବିଭିନ୍ନ ନୃତ୍ୟ ଓ ସଂଗୀତ ଭତ୍ତିକ କାର୍ଯ୍ୟକ୍ରମ, କବିତା ପାଠ୍ୟତ୍ସୋବ ଇତ୍ୟାଦିର ଆୟୋଜନ କରାଯାଇଥିଲା । ଏହି ସମସ୍ତ କାର୍ଯ୍ୟକ୍ରମକୁ ସେଠାରେ ଅବସ୍ଥିତ ଅକ୍ସଫୋର୍ଡ ବୁକ୍ ଡିପୋର ପ୍ରୋପାଇଟର ଦେବାଷିଶ ସାମନ୍ତରାୟ ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ