ବନାଗ୍ନୀ ନିରାକାରଣ ସଚେତନତା ଶିବିର
ସମ୍ବଲପୁରୀ, (ଲିପନ ନାଏକ):ଓଡିଶା ସରକାରଙ୍କ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ଆନୁକୂଲ୍ୟରେ ସମ୍ବଲପୁର ଜିଲ୍ଲା ବାମରା ବନ୍ୟପ୍ରାଣୀ ବନଖଣ୍ଡ ଅଧିନସ୍ଥ କୁଚିଣ୍ଡା ବନାଞ୍ଚଳ କାର୍ଯ୍ୟାଳୟରେ ବୁଧବାର ବନଗ୍ନୀ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି l ବନାଞ୍ଚଳ ଅଧିକାରୀ ଲେଖାରଣୀ ମହାନନ୍ଦଙ୍କ ତତ୍ୱାବଧାନରେ ଜଙ୍ଗଲରେ ନିଆଁ ରୋକିବାପାଇଁ ସରପଞ୍ଚଙ୍କ ଭୂମିକା ଶୀର୍ଷିକ ଏକ ଆଲୋଚନାଚକ୍ର ହୋଇଥିଲା l ଏଥିରେ ବାମରା ବନଖଣ୍ଡ ଅଧିକାରୀ ସମୀର କୁମାର ସାହୁ ସଭାପତିତ୍ୱ କରି କହିଥିଲେ ଜନସାଧାରଣ ହେଉଛନ୍ତି ଜଙ୍ଗଲ ସମ୍ପଦର ମାଲିକ, ଜଙ୍ଗଲ ସୁରକ୍ଷା ତାଙ୍କ ହାତରେ ହିଁ ରହିଛି l ଦରମାଭୋଗୀ ବନକର୍ମଚାରି କେବଳ ଜଙ୍ଗଳକୁ ଜଗିରହିଛନ୍ତି l ତେଣୁ ଜଙ୍ଗଲର ସୁରକ୍ଷା ସହ ପ୍ରାକୃତିକ ସୁରକ୍ଷା ସହ ପାଇଁ ସମସ୍ତେ ସହଯୋଗର ହାତ ବଢ଼ାଇବାକୁ ନିବେଦନ କରିଥିଲେ l ଏହି କାର୍ଯ୍ୟକ୍ରମରେ ପଞ୍ଚାୟତୀରାଜ ମନ୍ତ୍ରୀ ରବିନାରାୟଣ ନାଏକଙ୍କ ପ୍ରତିନିଧି ତଥା ଭାଜପା ନେତା ଶୁଶିଲ କର ମୁଖ୍ୟଅତିଥି ଭାବେ ଯୋଗ ଦେଇଥିବାବେଳେ କୁଚିଣ୍ଡା ଉପଜିଲ୍ଲାପାଳ ଗୌରବମୟ ପ୍ରଧାନ ମୁଖ୍ୟବକ୍ତା ଏବଂ ସନ୍ନମାନୀତ ଅତିଥିଭାବେ କୁଚିଣ୍ଡା ତହସିଲଦାର ମିତାଲି ମଧୁସ୍ମିତା ଦେଲେଇ, କୁଚିଣ୍ଡା ଅଗ୍ନିଶମ ବିଭାଗର କେନ୍ଦ୍ରଅଧିକାରୀ ଜୀବନ ପ୍ରତାପ ଟପ୍ପୋ ପ୍ରମୁଖ ଯୋଗଦେଇ ଜଙ୍ଗଲ ସୁରକ୍ଷା ସହିତ ପ୍ରାକୃତିକ ସମ୍ପଦର ସୁରକ୍ଷା ଦିଗରେ ଆଲୋକପାତ କରିଥିଲେ l ଏହି କାର୍ଯ୍ୟକ୍ରମରେ କୁଚିଣ୍ଡା ବନାଞ୍ଚଳ ଅଧୀନରେ ଥିବା ବିଭିନ୍ନ ପଞ୍ଚାୟତର ସରପଞ୍ଚ, ବିଭିନ୍ନ ସ୍ଵଛସେବୀ ଅନୁଷ୍ଠାନ କର୍ମକର୍ତ୍ତା, ବନସୁରକ୍ଷା ସମିତି କର୍ମକର୍ତ୍ତା, ୱାର୍ଡସଭ୍ୟମାନେ ସାମିଲ ହୋଇଥିଲେ l କାର୍ଯ୍ୟକ୍ରମ ପରିଚାଳନାରେ ବନପାଳ ଦୁଷ୍ମନ୍ତ ଖରସେଲ, ଟିକମଚାନ୍ଦ ଚୌଧୀରି, ରଜନୀକାନ୍ତ ପଟେଲ, ଗୋକୁଳ ଚନ୍ଦ୍ର ନାୟକ, ବିସିକେଶନ ସେଠ, ବନରଖି ଝରଣା ମୟର,ଅନିତା ନାୟକ, ଝରଣା ପଧାନ,ସ୍ୱପ୍ନସାଗର ସାହୁ,ପଦ୍ମଲୋଚନ ବଡ଼ଗୁଛିଆ ପ୍ରମୁଖ ସାହାଯ୍ୟ ସହଯୋଗ କରିଥିଲେ l