ବନାଞ୍ଚଳ ପରିଦର୍ଶନ କଲେ ବନ ଅଧିକାରୀ

ଭଣ୍ଡାରିପୋଖରୀ, (ଦୁର୍ଯ୍ୟୋଧନ ଲେଙ୍କା) :-ଭଣ୍ଡାରିପୋଖରୀ ଓ ଧାମନଗର ବ୍ଲକରେ କାର୍ଯ୍ୟକାରୀ ହୋଇଥିବା ବିଭିନ୍ନ ବନାଞ୍ଚଳକୁ ଆଜି ଭଦ୍ରକ ବନ୍ୟପ୍ରାଣୀ ବିଭାଗ ସହକାରୀ ବନ୍ୟ ସଂରକ୍ଷକ ଡ଼. ଶ୍ୟାମା ଭାରତୀ ପରିଦର୍ଶନ କରିଛନ୍ତି । ବନାଧିକାରିଣୀ ପ୍ରଥମେ କୁରିଗାଁ ଓ ଗୌଡ଼ବିଶି ନୂଆପଡା ଗ୍ରାମ ପାର୍ଶ୍ୱ ବନୀକରଣ ପରିଦର୍ଶନ କରିଥିଲେ । ଏହା ପରେ କାଞ୍ଜିଆପାଳ, ମୁସ୍ତାଫାପୁର ଓ କୋଠାର ଠାରେ କାର୍ଯ୍ୟକାରୀ ହୋଇଥିବା ନୂତନ ବନାଞ୍ଚଳକୁ ପରିଦର୍ଶନ କରିବା ସହିତ କାର୍ଯ୍ୟ ବାବଦରେ ବିଭିନ୍ନ ସମୀକ୍ଷା କରିଥିଲେ। ଏଥିରେ ରେଞ୍ଜର କୁଶ ଚରଣ ସିଂ, ଫରେଷ୍ଟର ସୂର୍ଯ୍ୟକାନ୍ତ ପଣ୍ଡା, ସୁଶାନ୍ତ ମହାନ୍ତି, ଫରେଷ୍ଟ ଗାର୍ଡ ପୀତବାସ ଶଙ୍ଖୁଆ, ରେବତୀ ତ୍ରିପାଠୀ, ମଧୁସ୍ମିତା ଦାସ, ଲିପିକା ପ୍ରିୟଦର୍ଶନୀ ଦାସ ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ