ବନାବାସୀ ସେବା ସମିତି ପକ୍ଷରୁ ୪୨ଟି ଅଙ୍ଗନୱାଡି କର୍ମୀ ଙ୍କୁ ସାନିଟାରୀ କୀଟ ପ୍ରଦାନ

ଫୁଲବାଣୀ,(ସୁର୍ଯ୍ୟ ନାରାୟଣ ବେହେରା):କରୋନା ମହାମାରୀ ପ୍ରକୋପ ଦିନକୁ ଦିନ ଓଡିଶା ରେ କାୟାବିସ୍ତାର କରିବାରେ ଲାଗିଛି।ଦେଶରେ ସଂକ୍ରମିତ ଙ୍କ ସଂଖ୍ୟା ବଢୁଥିବା ବେଳେ ଅନ୍ତଃ ରାଜ୍ୟ ରୁ ଓଡିଶା ବାସୀ ଫେରିବା ରେ ଲାଗିଛନ୍ତି। ଏ ସମୟରେ ଅଧିକ ସଚେତନତା ର ଆବଶ୍ୟକତା ରହିଛି।ଶିଶୁ ମାନଙ୍କ ପାଇଁ କାମ କରୁଥିବାରୁ ଫୁଲବାଣୀ ସଦର ମହକୁମା ରେ ଥିବା ୪୨ଗୋଟି ଅଙ୍ଗନୱ।ଡିକର୍ମୀ ମାନଙ୍କୁ ବନବାସୀ ସେବା ସମତି ପକ୍ଷରୁ ସାନିଟାରୀ କିଟ ଜିଲ୍ଲା ମଙ୍ଗଳ ଅଧିକାରୀ ମନସ୍ୱନୀ ମିଶ୍ର ଙ୍କ ଉପସ୍ଥିତି ରେ ରବୀନ୍ଦ୍ର କୁମାର ପଣ୍ଡା ,ସହ ସମ୍ପାଦକ ବନବାସୀ ସେବା ସମିତି ପ୍ରଦାନ କରିଛନ୍ତି।ଗର୍ଭବତୀ ପ୍ରସୂତୀ ଓ ଶିଶୁମାନଙ୍କ ସହ କାର୍ଯ୍ୟ କରୁଥିବା ରୁ ସାନିଟାଇଜର, ସାବୁନ,ଗ୍ଲୋଭସ,ମାସ୍କ ଓ ନାପକିନ ପ୍ରଦାନ କରିଥିଲେ।କାର୍ଯ୍ୟକ୍ରମ ସମୟରେ ସାମାଜିକ ଦୂରତା ବଜାଇ ରଖିବାକୁ ପରାମର୍ଶ ଦେଇଥିଲେ।ଫୁଲବାଣୀ ସିଡିପିଓ ଙ୍କ ସମେତ ଅଙ୍ଗନୱ।ଡି କର୍ମୀଙ୍କ ସହ ବନବାସୀ ପରିଚାଳିତ ସଖି କର୍ମୀ ପ୍ରାଚୀପ୍ରଭା ତ୍ରିପାଠୀ, ସ୍ୱାଗତିକା ପାଣିଗ୍ରାହୀ ଓ ଶିବାନୀ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ