ଦ୍ବୈତ ନଗରୀରେ କଡା କଟକଣା ଜାରି କଲା କମିଶନରେଟ୍‌ ପୋଲିସ୍‌

ଭୁବନେଶ୍ବର : ଭୁବନେଶ୍ବର କଟକ ସହରରରେ କଡା କଟକଣା ଜାରି କରାଯାଇଛି। ଅଯଥା ଯାତାୟତ ଉପରେ କଠୋର ହେଲା କମିଶନରେଟ ପୋଲିସ୍‌। ସନ୍ଧ୍ୟା ୭ଟାରୁ ସକାଳ ୭ଟା ଯାଏଁ ବାହାରକୁ ବାହାରିବା ମନା କରାଯାଇଛି। ଭୁବନେଶ୍ବର –କଟକରେ ଅନାବଶ୍ୟକ ଚଳାଚଳ ଉପରେ ପ୍ରତିବନ୍ଧକ ଲାଗୁ କରାଯାଇଛି। ପ୍ରତିବନ୍ଧକ ଲଗାଇଛନ୍ତି ପୋଲିସ୍‌ କମିଶନର ସୁଧାଂଶୁ ଷଡଙ୍ଗୀ। ସନ୍ଧ୍ୟା ୭ଟାରୁ ସକାଳ ୭ଟା ଯାଏଁ କର୍ଫ୍ୟୁ ଭଳି ସ୍ଥିତି ରହିବ ବୋଲି ସୂଚନା ରହିଛି। ଆସନ୍ତା ୧୭ ତାରିଖ ଲକ୍‌ ଡାଉନ୍‌ ଶେଷ ଯାଏଁ ଏହି କଟକଣା ବଳବତ୍ତର ରହିବ। କଟକଣା ଭଙ୍ଗ କଲେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଚେତାବନୀ ଦିଆଯାଇଛି। କରୋନା ସଂକ୍ରମଣରୁ ମୁକ୍ତି ପାଇଁ କଟକଣା ମାନିବା ପରାମର୍ଶ ଦିଆଯାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ