ବନ୍ତରେ ବନ ବିଭାଗର ଚଢାଉ, ବିପୁଳ ପରିମାଣରେ କାଠ ଜବତ

ବନ୍ତ,(ଯୁଗାଦ୍ଧ ନ୍ୟୁଜ୍) : ବନ୍ତ ବ୍ଲକର ବିଭିନ୍ନ ସ୍ଥାନରେ ଦୀର୍ଘ ଦିନ ହେବ ବେଆଇନ କାଠଗୋଲା ଖୋଲା ଯାଇ ଦିନଦ୍ୱିପ୍ରହରେ ବେପାର ଚାଲୁଥିବା ବେଳେ ବନ ବିଭାଗର ନିଦ ଭାଙ୍ଗି ନଥିଲା । ମାସିକିଆ ଚାନ୍ଦା ନେଇ ବନ ବିଭାଗର କର୍ମଚାରୀ ଏହି ଚୋରା ବେପାରକୁ ପ୍ରୋତ୍ସାହନ ଦେଇଆସୁଥିବା ବେଳେ ଏବେ ଜିଲାରେ ନୂଆ କରି କାର୍ଯ୍ୟଭାର ଗ୍ରହଣ କରିଥିବା ଡି.ଏଫ.ଓ ସମସ୍ତଙ୍କର ନିଦ ହଜାଇ ଦେଇଛନ୍ତି । ନୂତନ ଡିଏଫଓ ଦାୟୀତ୍ୱ ନେବା ପରେ ବିଭିନ୍ନ ଚୋରା କରତକଳ ଉପରେ ଚଢାଉ ଜାରି ଥିବା ବେଳେ ଏବେ ବେଆଇନ କାଠଗୋଲା ଉପରେ ଚଢାଉ ଆରମ୍ଭ ହୋଇଛି । ବନ୍ତ ବଜାରରେ ୩ଟି ସରକାରୀ କାଠଗୋଲା ଥିବା ବେଳେ ବହୁ ବେଆଇନ କାଠଗୋଲା ଚାଲିଥିଲା । ଆଜି ବନ୍ତ କେନ୍ଦୁଆପଦା ଛକରେ ଜିଲା ବନ ବିଭାଗ ପକ୍ଷରୁ ଚଢାଉ କରାଯାଇ ୪ଟି କାଠଗୋଲାରୁ ଚାକୁଣ୍ଡା, ୟୁକାଲିପଟାସ୍ ସମେତ ବିଭିନ୍ନ କାଠକୁ ଜବତ କରାଯାଇଛି । ଯାହାର ପରିମାଣ ୩୦୦ ସିଫ୍ଟରୁ ଅଧିକ ହେବ ବୋଲି ବିଭାଗୀୟ ଅଧିକାରୀ କହିଛନ୍ତି । ଜବତ ସମସ୍ତ କାଠକୁ ଜିଲା ବନ ବିଭାଗ କାର୍ଯ୍ୟାଳୟକୁ ନିଆଯାଇଛି । ଖବର ଲେଖା ହେବା ପର୍ଯ୍ୟନ୍ତ ଚଢାଉ କାର୍ଯ୍ୟ ଜାରି ରହିଥିଲା । ଭଦ୍ରକ ଡି.ଏଫ.ଓ ପି.ପାଣ୍ଡିଆନଙ୍କ ନିର୍ଦ୍ଦେଶକ୍ରମେ ଏ.ସି.ଏଫ. ବିରାଜ ମୋହନ ମହାନ୍ତି, ବରିଷ୍ଠ ବନପାଳ ଜଗନ୍ନାଥ ମିଶ୍ର, ରେଞ୍ଜର ସମୀର କୁମାର ରାଉତ ଙ୍କ ସମେତ ପୋଲିସ ଫୋର୍ସ ଏହି ଚଢାଉରେ ସାମିଲ ଥିଲେ । ଚଢାଉ ବେଳେ ଦୀପକ କୁମାର ରାଉତ ମାଜିଷ୍ଟେଟ ଭାବେ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ