ବନ୍ତରେ ବିରୋଧୀ ଦଳର ଉପନେତା ସ୍ୱର୍ଗତ ବିଷ୍ଣୁ ସେଠୀଙ୍କ ଶ୍ରଦ୍ଧାଞ୍ଜଳି ସଭା
ବନ୍ତ, (ଚାନ୍ଦିନୀ ମହାନ୍ତି):ବନ୍ତସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଠାରେ ଧାମନଗର ବିଧାୟକ ତଥା ବିରୋଧୀ ଦଳ ଉପନେତା ସ୍ୱର୍ଗତ ବିଷ୍ଣୁ ଚରଣ ସେଠୀଙ୍କ ବିୟୋଗରେ ଏକ ସର୍ବଦଳୀୟ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି । ଭଣ୍ଡାରିପୋଖରୀ ନିର୍ବାଚନ ମଣ୍ଡଳୀ ବିଜେପି ନେତା ବଦ୍ରୀ ନାରାୟଣ ଧଳଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଶ୍ରଦ୍ଧାଞ୍ଜଳି ସଭାରେ ପୂର୍ବତନ ବ୍ଲକ ଅଧ୍ୟକ୍ଷ ହରମୋହନ ବେହେରା, ଯୁବ ସମାଜସେବୀ ସ୍ମୃତିରଞ୍ଜନ ସ୍ୱାଇଁ, ଟିଲୋ ସରପଞ୍ଚ ସଂଗ୍ରାମ କେଶରୀ ଜେନା, ତୋଡ଼ଙ୍ଗା ସରପଞ୍ଚ ମାନସ ରଞ୍ଜନ ପହି, କେନ୍ଦୁଆପଦା ସରପଞ୍ଚ ଇଂ. ପ୍ରମୋଦ କୁମାର ଜେନା, ଶିଶୁ ମନ୍ଦିରର ପ୍ରଧାନଆଚାର୍ଯ୍ୟ ଅନ୍ତର୍ଯ୍ୟାମୀ ପରିଡା, ଶିକ୍ଷକ ରମାକାନ୍ତ ରାଉତ, ପ୍ରାକ୍ତନ ସରପଞ୍ଚ ପଙ୍କଜିନୀ ଲେଙ୍କା, ବନ୍ତ ମଣ୍ଡଳ ବିଜେପି ସଭାପତି ଖଗେଶ୍ୱର ବେହେରା, ବରଡେଶ୍ୱର ମଣ୍ଡଳ ସଭାପତି ନବ କିଶୋର ବଳ ଯୋଗ ଦେଇ ସ୍ୱର୍ଗତ ସେଠୀଙ୍କ ଅବିସ୍ମରଣୀୟ ସ୍ମୃତି ଓ ସମାଜସେବା ସମ୍ପର୍କରେ ସ୍ମୃତିଚାରଣ କରିଥିଲେ । ସେହିପରି ବିଜେପି ଜିଲ୍ଲା କାର୍ଯ୍ୟକାରିଣୀ ସଭ୍ୟ ପୂର୍ଣ୍ଣଚନ୍ଦ୍ର ସାହୁ, ଶଙ୍କର୍ଷଣ ଜେନା, ପ୍ରାକ୍ତନ ସରପଞ୍ଚ କିଶୋର କିଙ୍କର ପଢିହାରୀ, ମନୋଜ ବିଶ୍ୱାଳ, ପତଞ୍ଜଳି କରଶର୍ମା, ଶ୍ରୀନିବାସ ଲେଙ୍କା, ବନମାଳୀ ଜେନା, ଅନନ୍ତ ଚରଣ ଲେଙ୍କା, ତପନ ବାରିକ, ସନ୍ତୋଷ କୁମାର ନାୟକ, ରୋହିତ କୁମାର ଜେନା, ଗୌରହରି ନନ୍ଦ, ସରୋଜ ମଲ୍ଲିକ ଯୋଗ ଦେଇ ସ୍ୱର୍ଗତ ସେଠୀଙ୍କ ସ୍ମୃତିଚାରଣ କରିଥିଲେ । ପ୍ରାରମ୍ଭରେ ସ୍ୱର୍ଗତ ସେଠୀଙ୍କ ଫଟୋ ଚିତ୍ରରେ ଶ୍ରଦ୍ଧାଞ୍ଜଳି ଅର୍ପଣ ପୂର୍ବକ ଅମରଆତ୍ମାର ସଦ୍ଗତି ପାଇଁ ୨ ମିନିଟ୍ ନିରବ ପ୍ରାର୍ଥନା କରାଯାଇଥିଲା । ଏଥିରେ ସମଗ୍ର ଅଞ୍ଚଳର ଶତାଧିକ ଜନସାଧାରଣ ଯୋଗ ଦେଇଥିଲେ ।