ବନ୍ତରେ ହନୁମାନ ଜୟନ୍ତୀ ମହାସମାରୋହରେ ପାଳିତ

ବନ୍ତ, (ଚାନ୍ଦିନୀ ମହାନ୍ତି) : ମହାବିଷୁବ ସଂକ୍ରାନ୍ତୀ ଅବସରରେ ବନ୍ତ ବ୍ଲକର ବିଭିନ୍ନ ସ୍ଥାନରେ ଶ୍ରୀ ଶ୍ରୀ ହନୁମାନଜୀଙ୍କର ଜୟନ୍ତୀ ଉତ୍ସବ ଓ ମହାଯଜ୍ଞ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ନିଳୋକ ବଜାରସ୍ଥିତ ହନୁମାନ ମନ୍ଦିରରେ ଏହି ପୂଜା ଅନୁଷ୍ଠିତ ହୋଇଯାଇଛି । ଧିରେନ୍ଦ୍ର କୁମାର ପ୍ରଧାନ, ସତ୍ୟପ୍ରିୟ ସୁଶୀଲ ନାୟକ, ହରିହର ସୁତାର ନିକଟସ୍ଥ ମହାଦେବ ପୁଷ୍କରିଣୀରୁ କଳସ ଆଣିବା ପରେ ଘଟ ସ୍ଥାପନା ପୂର୍ବକ ପୂଜା କାର୍ଯ୍ୟ ଆରମ୍ଭ ହୋଇଥିଲା । ପୂଜକ ଭାବେ ଚିତ୍ତ ରଞ୍ଜନ ଦାଶ ଓ ସୌରଭ ଦାଶ ପୂଜା କାର୍ଯ୍ୟ ତୁଲାଇଥିଲେ । ଏଥିରେ ବଜାରର ସମସ୍ତ ବ୍ୟବସାୟୀ ମାନେ ସହାୟତା କରିଥିଲେ । ସେହିପରି ସାହାଡାପଲ୍ଲୀ, ବାଇପୁର, ଟିଲୋ ଗ୍ରେନଗୋଲା ଛକ, ଗୋବିନ୍ଦପୁର, ତରାପୁର, କେନ୍ଦୁଆପଦା, ତୋଡଗାଁ, ସେଣ୍ଢତୀରା, ପଳସା, ବସନ୍ତିଆ, ଗଣିଜାଙ୍ଗ, ଛୟାଳସିଂ, ରାମପୁର, ଓଡଙ୍ଗ, ରାମକୃଷ୍ଣପୁର ସମେତ ବହୁ ସ୍ଥାନରେ ହନୁମାନ ଜୟନ୍ତୀ ପାଳିତ ହୋଇଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ