ବନ୍ତରେ ହିରୋ ମୋଟର ସାଇକେଲର ପୂର୍ତ୍ତି ଉତ୍ସବ ପାଳିତ

ବନ୍ତ, (ଚାନ୍ଦିନୀ ମହାନ୍ତି) : ବନ୍ତ ସିନେମା ହଲସ୍ଥିତ ସଞ୍ଜୀବ୍ ଅଟୋ ରାଇଡର୍ସ ସୋରୁମ୍ ପରିସରରେ ହିରୋ ମୋଟର ସାଇକେଲର ୧୦ମ ପୂର୍ତ୍ତି ଉତ୍ସବ ପାଳିତ ହୋଇଯାଇଛି । ବନ୍ତ ଥାନାଧିକାରୀ ଆଦିତ୍ୟ ପ୍ରସାଦ ଜେନା କେକ୍ କାଟି ଏହାକୁ ଆନୁଷ୍ଠନିକ ଭାବେ ଉଦ୍‌ଘାଟନ କରିଥିଲେ । ଏହି ଅବସରରେ ହିରୋ ମୋଟର କମ୍ପାନୀ ଦ୍ୱାରା ଲଞ୍ଚ ହୋଇଥିବା ନୂତନ ମଡେଲ ‘ଗ୍ଲେମର ଏକ୍ସଟେକ୍‌’ ମୋଟର ସାଇକେଲକୁ ମୁଖ୍ୟ ଅତିଥିଙ୍କ ଦ୍ୱାରା ଉଦ୍‌ଘାଟିତ ହୋଇ ପ୍ରଥମ ଗ୍ରାହକ ମାନସ କୁମାର ବାରିକଙ୍କୁ ବିକ୍ରୟ କରାଯାଇଥିଲା । କାର୍ଯ୍ୟକ୍ରମରେ ଅତିଥି ଭାବେ ବିଜୁ ଛାତ୍ର ଜନତା ଦଳର ବ୍ଲକ ସଭାପତି ପ୍ରଣବ କିଶୋର ଲେଙ୍କା, ସାମ୍ବାଦିକ ସଂଗ୍ରାମ କେଶରୀ ଜେନା, ଏ.ଏସ୍‌.ଆଇ ଉଦୟନାଥ ମଙ୍ଗରାଜ ଯୋଗ ଦେଇଥିଲେ । ହିରୋ ଅଟୋ ରାଇଡର୍ସର ସତ୍ତ୍ୱାଧିକାରୀ ବିପିନ ବିହାରୀ ନାୟକଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ କର୍ମଚାରୀ ଖଗେଶ୍ୱର ପେଡା, ବିଶ୍ୱଜିତ୍ ନାୟକ, ଦୀପ୍ତି ରଞ୍ଜନ ଜେନା, ରବିନ୍ଦ୍ର ନାୟକ, ସେକ୍ ନାଜିର, ବିରେନ୍ଦ୍ର ପ୍ରଧାନ, କମଳାକାନ୍ତ ଘଡେଇ, ମନୋରଞ୍ଜନ ଦାଶ, ଶିଶିର ଓଝା, ଶ୍ୟାମାନନ୍ଦ ମଇକାପ, ବିଶ୍ୱଜିତ୍ ଜେନା ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ