ବନ୍ତ ଓ ଆଗରପଡାରେ ଓଡିଶା ଡ୍ରାଇଭର ମହାସଂଘର ଆନ୍ଦୋଳନ

ବନ୍ତ, (ଚାନ୍ଦିନୀ ମହାନ୍ତି):ବନ୍ତ ବ୍ଲକ ଅଧିନ ବନ୍ତ ଓ ଆଗରପଡା ଠାରେ ଓଡିଶା ଡ୍ରାଇଭର ମହାସଂଘ ପକ୍ଷରୁ ଆଜି ସକାଳ ଠାରୁ ୧୦ ଦଫା ଦାବୀ ନେଇ ଆନ୍ଦୋଳନ ଜାରି ରହିଛି । ସେମାନଙ୍କ ଦାବୀ ମଧ୍ୟରେ ଡ୍ରାଇଭର ମାନଙ୍କ ସୁରକ୍ଷା, ଡ୍ରାଇଭର ମାନଙ୍କ ପାଇଁ ବିଶ୍ରାମଗାର ଓ ଶୌଚାଳୟ, ୫୫ ବର୍ଷ ପରେ ପେନସନ ପ୍ରଦାନ କରିବା, ଦୁର୍ଘଟଣାରେ ପ୍ରାଣ ହରାଇଥିବା ଡ୍ରାଇଭର ମାନଙ୍କ ପାଇଁ ୨୦ ଲକ୍ଷ ଓ ଅକର୍ମଣ୍ୟ ଡ୍ରାଇଭର ମାନଙ୍କ ପାଇଁ ୧୦ ଲକ୍ଷ ବୀମା ରାଶି ପ୍ରଦାନ କରିବା, ଡ୍ରାଇଭର ମାନଙ୍କ ନିର୍ଦ୍ଧାରିତ ମୂଲ୍ୟାଙ୍କନ ଓ ସମୟସୀମା ଧାର୍ଯ୍ୟ କରିବା, ଡ୍ରାଇଭର ମାନଙ୍କୁ ୨ୟ ସୈନିକର ମାନ୍ୟତା, ଡ୍ରାଇଭର ମାନଙ୍କୁ ଆବାସ ଯୋଜନାରେ ଗୃହ ନିର୍ମାଣ ପାଇଁ ୫ ଲକ୍ଷ ଟଙ୍କା ଯୋଗାଇ ଦେବା, ଡ୍ରାଇଭର ପିଲା ମାନଙ୍କ ଉଚ୍ଚ ଶିକ୍ଷା ପାଇଁ ବ୍ୟବସ୍ଥା କରିବା, ରାଜ ରାସ୍ତାରେ ଡ୍ରାଇଭର ମାନଙ୍କୁ ଅସୁବିଧାରେ ନପକାଇବା ଆଦି ଦାବୀ ରହିଥିଲା । ବନ୍ତ ଥାନା ଛକ, କେନ୍ଦୁଆପଦା ଛକ ଏବଂ ଆଗରପଡା ବଜାର ଠାରେ ଶତାଧିକ ଡ୍ରାଇଭର ବିକ୍ଷୋଭ ପ୍ରଦର୍ଶନ କରିବା ସହିତ ଧାରଣାରେ ବସିଥିବା ଦେଖାଯାଇଥିଲା । ଏହି ଆନ୍ଦୋଳନ ଫଳରେ ଭଦ୍ରକ-ଆନନ୍ଦପୁର, ଭଦ୍ରକ-ଆଗରପଡା, ଆଗରପଡା-ଛେନାପଦୀ, ଆଗରପଡା-କୁପାରୀ, ବନ୍ତ-ବାରିକପୁର ରାସ୍ତାରେ ଯାନବାହନ ଚଳାଚଳ ସଂପୂର୍ଣ୍ଣ ବନ୍ଦ ରହିଥିବାରୁ ଲୋକେ ମାନେ ଯାତାୟତରେ ବହୁ ଅସୁବିଧାର ସମ୍ମୁଖୀନ ହୋଇଥିଲେ । । ଅନ୍ୟ ପକ୍ଷରେ ଉପରୋକ୍ତ ରାସ୍ତା ଗୁଡିକରେ ଘରୋଇ ଗାଡି ଚଳାଚଳ କରୁଥିବା ବେଳେ ଆନ୍ଦୋଳନକାରୀ ମାନେ ସେହି ଗାଡି ଗୁଡିକୁ ଅଟକାଇ ଗାଡି ନଚଳାଇବା ପାଇଁ ନିବେଦନ କରିଥିବା ଦେଖାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ