୧୦ ଦଫା ଦାବି ନେଇ ରାଜାରାସ୍ତା କୁ ଓଲାଇଲା ଡ୍ରାଇଭର ସଂଘ୍

ସାନଖେମୁଣ୍ଡି, (ପଦ୍ମଲୋଚନ ପାଣିଗ୍ରାହୀ):ଓଡ଼ିଶା ଡ୍ରାଇଭର ମହା ସଂଘ ୧୦ ଦଫା ଦାବି ନେଇ ରାସ୍ତା କୁ ଓଲାଇଛି। ପାଟପୁର ଗାନ୍ଧୀ ଛକ, ଡେଙ୍ଗାଉସ୍ତ। ମୂଖ୍ୟ ଛକ ଭଳି ସାନଖେମୁଣ୍ଡି ର ମୂଖ୍ୟ ଛକ ଗୁଡିକ ରେ ଆନ୍ଦୋଲନ କରିଥିଲା ଡ୍ରାଇଭର ସଂଘ୍ ।ସାନଖେମୁଣ୍ଡି ଡ୍ରାଇଭର ସଂଘର ସଭାପତି ମଧୁ ସୁଦନ ନାୟକ, ସମ୍ପାଦକ ମିହିର ସୁଆଁସିଆ, ବିଜୟ କୁମାର ମାଦଳା, ପରମା ନନ୍ଦ ପାଣିଗ୍ରାହୀ, ପ୍ରଫୁଲ୍ଲ ବେହେରା, ରୋହିତ ସ୍ବାଇଁ, ସନ୍ତୋଷ ମହାପାତ୍ର ଙ୍କ ସମେତ ଶତାଧିକ ଡ୍ରାଇଭର ବିକ୍ଷୋଭ ପ୍ରଦର୍ଶନ କରିଥିଲେ।ଡ୍ରାଇଭର ମାନଙ୍କୁ କୋରାନା ଯୋଦ୍ଧାର ମାନ୍ୟତା ଦିଆଯିବା, ଜନ ସାଧାରଣ ଙ୍କ ଆକ୍ରୋଶ ରେ ଶିକାର ହେଉଥିବା ଡ୍ରାଇଭର ସମାଜ ପାଇଁ ଏକ ସ୍ବତନ୍ତ୍ର ଆଇନ ତିଆରି କରାଯିବା, ଆବାସ ଯୋଜନାରେ ଗୃହ ନିର୍ମାଣ କରିବା ପାଇଁ ୫ ଲକ୍ଷ ଟଙ୍କା ଅର୍ଥ ରାଶି ପ୍ରଦାନ କରାଯିବା, ଡ୍ରାଇଭର ମାନଙ୍କୁ ୫୫ ବର୍ଷ ପରେ ପେନସନ ବାବଦରେ ପ୍ରଦାନ କରିବା, ଦୁର୍ଘଟଣା ରେ ପ୍ରାଣ ହରାଉଥିବା ଡ୍ରାଇଭର ମାନଙ୍କ ପାଇଁ ୨୦ ଲକ୍ଷ ଟଙ୍କାର ବିମା ରାଶି, ଦୁର୍ଘଟଣା ର ଆକ୍ରମଣ ର ଶିକାର ହେଲେ ୧୦ ଲକ୍ଷ ଟଙ୍କା ର ବୀମା ରାଶି ସହିତ ଡ୍ରାଇଭର ମାନଙ୍କ ଦୁର୍ଘଟଣା ଜନିତ ଚିକିତ୍ସା ପାଇଁ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବୀମା ଯୋଗାଇଦେବା, ଡ୍ରାଇଭର ମାନଙ୍କୁ ଦ୍ୱିତୀୟ ସୈନିକ ର ମାନ୍ୟତା ଦିଆଯିବା ସମେତ ୧୦ ଦଫା ଦାବି ରଖିଛି ସଂଘ। ରାସ୍ତା ଅବରୋଧ ବସ ଚଳା ଚଳ ବନ୍ଦ ହେବା ଫଳରେ ଜନସାଧାରଣ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଥିବା ଦେଖିବାକୁ ମିଳିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ