ବନ୍ତ ପଞ୍ଚାୟତ ସ୍ତରୀୟ ବିଜେଡି ନେତୃତ୍ୱଙ୍କ ସହିତ ବିଧାୟକ ପ୍ରତିନିଧିଙ୍କ ସାଙ୍ଗଠନିକ ବୈଠକ
ବନ୍ତ, (ଚାନ୍ଦିନୀ ମହାନ୍ତି):ବନ୍ତ ପଞ୍ଚାୟତ ସ୍ତରୀୟ ବିଜେଡି ନେତୃତ୍ୱ ମାନଙ୍କ ସହିତ ବିଧାୟକ ପ୍ରତିନିଧି ଇଂ.ପ୍ରୟାସକାନ୍ତି ସାମଲଙ୍କର ସାଙ୍ଗଠନିକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଭଣ୍ଡାରିପୋଖରୀ ବିଧାୟକଙ୍କ ଭଦ୍ରକସ୍ଥିତ ବାସଭବନରେ ଅନୁଷ୍ଠିତ ବୈଠକରେ ଜିଲା ପରିଷଦ ଅଧ୍ୟକ୍ଷ ପ୍ରଫୁଲ୍ଲ ଜେନା, ନିର୍ବାଚନ ମଣ୍ଡଳୀ ଯୁବ ସଭାପତି ବିପିନ ନାୟକ, ପୂର୍ବତନ ସରପଞ୍ଚ ଗୋପାଳ ପଣ୍ଡା, ରମେଶ ଚନ୍ଦ୍ର ମଲ୍ଲିକ, ବିଜୟ ବିଶ୍ୱାଳ, ଅଖିଳ ସାହୁ, ଅଶୋକ ମହାପାତ୍ର, ଶତୃଘ୍ନ ମହାରାଜ, ବାବୁ ରାଉତ, ଅକ୍ଷୟ ମହାନ୍ତି, କୁନା ସାହୁ, ମଦନ ମୋହନ ପାଢୀ, ନାରଣ ଧିର, ଗଙ୍ଗାଧର ବେହେରା, ପ୍ରଫୁଲ୍ଲ ଜେନା, ଶ୍ରୀକାନ୍ତ ନାୟକ, ଅଭୟ ନାୟକଙ୍କ ସମେତ ବହୁ ଯୁବ, ଛାତ୍ର ଓ ପଞ୍ଚାୟତ ସ୍ତରୀୟ ନେତୃତ୍ୱ ଉପସ୍ଥିତ ଥିଲେ ।


