ପୂର୍ବତନ ସାଂସଦ ଗୟାଚାନ୍ଦ ଭୂୟାଁଙ୍କ ସ୍ମୃତିସଭା

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):ଜିଲ୍ଲା ପ୍ରତିଭା ପୂଜା ସଂସଦ ଆନୁକୂଲ୍ୟରେ ପୂର୍ବତନ ସାଂସଦ ସ୍ୱର୍ଗତ ଗୟାଚାନ୍ଦ ଭୂୟାଁଙ୍କ ୩୫ତମ ଶ୍ରାଦ୍ଧଦିବସ ଅବସରରେ କେନ୍ଦ୍ରାପଡା ପୈାରସଂସ୍ଥା ଟାଉନହଲ ପରିସରରେ ଏକ ସ୍ମୃତିସଭା ଅନୁଷ୍ଠିତ ହୋଇଯାଇଛି । ସଂସଦର ସଭାପତି ପ୍ରଦିପ କୁମାର ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସ୍ମୃତିସଭାରେ ପୂର୍ବତନ ମନ୍ତ୍ରୀ ଗଣେଶ୍ୱର ବେହେରା ମୁଖ୍ୟ ଅତିଥି, ପ୍ରଫେସର ଅଜୟ କୁମାର ରାଉତ ମୁଖ୍ୟବକ୍ତା, ବିଶିଷ୍ଟ ଅତିଥି ଭାବେ ଜିଲ୍ଲା ଓକିଲ ସଙ୍ଘର ସଭାପତି ବିଚିତ୍ରାନନ୍ଦ ମହାନ୍ତି, ସମ୍ମାନୀତ ଅତିଥି ଭାବେ ପ୍ରାକ୍ତନ ବିଧାୟକ ଚିନ୍ମୟ ପ୍ରସାଦ ବେହୁରା ଓ ଅଲେଖ କୁମାର ଜେନା ଏବଂ ସଂସଦର ସମ୍ପାଦକ ସୁଶିଲ କୁମାର ସାମଲ ପ୍ରମୁଖ ଯୋଗଦେଇ ଦୀର୍ଘ ୫ଦଶନ୍ଧି ଧରି ଜିଲ୍ଲାରେ ପୂଜ୍ୟପୂଜାର ପରମ୍ପରାକୁ ଉଦ୍‌ଜିବିତ କରି ରଖିଥିବା ତଥା ଏମାଟିର ସୁଯୋଗ୍ୟ ସନ୍ତାନମାନଙ୍କୁ ଉତ୍ତରପିଢୀଙ୍କୁ ପରିଚିତ କରାଇବାରେ ପ୍ରମୁଖ ସ୍ଥାନ ଗ୍ରହଣ କରିଥିବାରୁ ସଂସଦର କାର୍ଯ୍ୟକ୍ରମକୁ ଭୂୟସି ପ୍ରସଂଶା କରିବା ସହିତ ପୂର୍ବତନ ସାଂସଦ ସ୍ୱର୍ଗତ ଭୂୟାଁଙ୍କ ଗୁଣାବଳୀ ଉପରେ ଆଲୋକପାତ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ସ୍ୱର୍ଗତ ଭୂୟାଁ ତାଙ୍କ ରାଜନୈତିକ ଜୀବନରେ ସାଲିସ ବିହୀନ ରାଜନୀତି କରୁଥିଲେ ବୋଲି ବକ୍ତାମାନେ ମତବ୍ୟକ୍ତ କରିଥିଲେ । ଏହି ଅବସରରେ ନବ ନିର୍ବାଚିତ ଜିଲ୍ଲା ଓକିଲ ସଙ୍ଘ ସଭାପତି ବିଚିତ୍ରାନନ୍ଦ ମହାନ୍ତିଙ୍କୁ ସମ୍ବର୍ଦ୍ଧିତ କରାଯାଇଥିବା ବେଳେ ‘ରେସୱା’ ସ୍ୱେଛାସେବୀ ଅନୁଷ୍ଠାନର ସେକ ଲିଆକତ ହୁସେନ ଓ ସଫଳ ଚାଷୀ ଧରଣୀଧର ପାତ୍ରଙ୍କୁ ଗୟାଚାନ୍ଦ ଭୂୟାଁ ସ୍ମୃତି ସମ୍ମାନରେ ସମ୍ମାନୀତ କରାଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ପ୍ରାକ୍ତନ ନଗରପାଳ ଧିରେନ ସାହୁ, ମହମ୍ମଦ ଆକବର ଅଲ୍ଲୀ, ମହେନ୍ଦ୍ର ପରିଡା, ରମଣୀରଞ୍ଜନ ରାଉତରାୟ, ହେମନ୍ତ ଜେନା, ଭାଗିରଥୀ ଜେନା, ପ୍ରମୋଦ ମହାପାତ୍ର, ପ୍ରଦୀପ୍ତ କୁମାର ମହାନ୍ତି, ଧରଣୀଧର ସୁଆର, ନାରାୟଣ ପରିଡା, ଶୁଭାଂଶୁ ଦାସ, ଅଶୋକ ସାହୁ, ସଞ୍ଜୟ ମଲ୍ଲିକ, ସୁବାଷ ପାତ୍ର, କବି ପ୍ରସାଦ ସାହୁ, ପ୍ରଫୁଲ୍ଲ ସାହୁ, ଶିଶୁ କଳାକାର ତେଜ ତନ୍ମୟ,କମଳାକାନ୍ତ ବେହେରା, ପ୍ରମୋଦ କୁମାର ସାହୁ, ଗୋଲଖ ପଢିଆରୀ, ଲକ୍ଷ୍ମୀକାନ୍ତ ନାୟକ, ସୁନିଲ ମହାପାତ୍ର, ବିଭୁତି ଭୂଷଣ ଦାସ, ସୟଦ ମୁକ୍ତାର ଅଲ୍ଲୀ, ନାରାୟଣ ରାଉତ, ଶରତ ଚନ୍ଦ୍ର ଧଳ ଏବଂ ସ୍ୱର୍ଗତ ଭୂୟାଁଙ୍କ ପୁତ୍ର ଲାଲୁ ଭୂୟାଁ ପ୍ରମୁଖ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ । ସଂସଦର ସଂଯୋଜକ ମୁକ୍ତାର ଖାଁ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ଚିତ୍ତରଞ୍ଜନ ଦାସ ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ