ବନ୍ତ ପ୍ରେସ୍ କ୍ଲବର ବନ୍ଧୁମିଳନ ପର୍ବ
ବନ୍ତ,(ଯୁଗାଦ୍ଧ ନ୍ୟୁଜ୍) : ରଜ ପର୍ବ ଅବସରରେ ବନ୍ତ ଜଳସେଚନ ଡାକବଙ୍ଗଳା ଠାରେ ବନ୍ତ ପ୍ରେସ୍ କ୍ଲବର ବନ୍ଧୁମିଳନ ପର୍ବ ଅନୁଷ୍ଠିତ ହୋଇଯାଇଛି । ପ୍ରେସ୍ କ୍ଲବର ସଭାପତି ପତଞ୍ଜଳୀ କରଶର୍ମାଙ୍କ ପରିଚାଳନାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ସାମ୍ବାଦିକ ହରି ନାରାୟଣ ମହାନ୍ତି, ଉମେଶ ପ୍ରସାଦ କର, ସଂଗ୍ରାମ କେଶରୀ ଜେନା, ରବିନ୍ଦ୍ର ଓଝା, ଜ୍ଞାନଦା କରଶର୍ମା, ହରେକୃଷ୍ଣ ପତି, ରମେଶ ଚନ୍ଦ୍ର ପତି, ସନାତନ ରାଉତ, ରମେଶ ଚନ୍ଦ୍ର ମଲ୍ଲିକ, ପ୍ରଫୁଲ୍ଲ କୁମାର ଦାଶ, ମାର୍କଣ୍ଡ ଧଡା ପ୍ରମୁଖ ଯୋଗ ଦେଇଥିଲେ । ଏହି ଅବସରରେ କାର୍ଯ୍ୟରତ ସାମ୍ବାଦିକ ମାର୍କଣ୍ଡ ବେହେରା ଓ ଅସିତ୍ ରଞ୍ଜନ ଓଝାଙ୍କୁ ପ୍ରେସ୍ କ୍ଲବର ନୂତନ ସଦସ୍ୟ ଭାବେ ଗ୍ରହଣ କରାଯାଇଥିଲା । ପରେ ପ୍ରେସ୍ କ୍ଲବର ବିଭିନ୍ନ ସମସ୍ୟା ସଂପର୍କରେ ଆଲୋଚନା କରାଯାଇଥିଲା । ସାମ୍ବାଦିକ ମାନେ ନିରପେକ୍ଷ ଓ ନିର୍ଭୀକ ଭାବେ କାର୍ଯ୍ୟ କରିବାକୁ ସଭାପତି ଶ୍ରୀ କରଶର୍ମା ସମସ୍ତଙ୍କୁ ପରାମର୍ଶ ଦେଇଥିଲେ ।