ବନ୍ତ ପ୍ରେସ୍ କ୍ଲବ ଉପସଭାପତିଙ୍କ ମାତୃବିୟୋଗ

ବନ୍ତ,(ଯୁଗାଦ୍ଧ ନ୍ୟୁଜ୍) : ବନ୍ତ ମହତାବ ମଇ ବିଦ୍ୟାଳୟର ପୂର୍ବତନ ଶିକ୍ଷକ ସ୍ୱର୍ଗତ ନାରାୟଣ ପ୍ରସାଦ କରଙ୍କ ଧର୍ମପତ୍ନୀ ତଥା ବନ୍ତ ପ୍ରେସ୍ କ୍ଲବର ଉପସଭାପତି ଉମେଶ ପ୍ରସାଦ କରଙ୍କ ମାତା ସୁଶିଳା ଦେବୀ(୮୮)ଙ୍କର ପରଲୋକ ଘଟିଛି । ଗତ ୬ ଦିନ ପୂର୍ବେ ସେ ଅସୁସ୍ଥ ହୋଇପଡିବାରୁ ତାଙ୍କୁ ଭୁବନେଶ୍ୱରସ୍ଥିତ ସମ୍ ହସପିଟାଲକୁ ନିଆଯାଇଥିଲା । ସେଠାରେ ସେ ଆଇ.ସି.ୟୁରେ ଚିକିତ୍ସାଧିନ ଥିବା ବେଳେ ତାଙ୍କର ମଙ୍ଗଳବାର ରାତିରେ ପରଲୋକ ଘଟିଛି । ତାଙ୍କ ମରଶରୀରକୁ ନିଜ ଗ୍ରାମ ଭୁବନେଶ୍ୱରପୁର ଶାସନକୁ ଅଣାଯାଇ ଅନ୍ତିମ ସଂସ୍କାର କରାଯାଇଥିଲା । ବଡ ପୁଅ ଉମେଶ ମୁଖାଗ୍ନି ଦେଇଥିଲେ । ଏହି ଦୁଃଖଦ ଖବର ପାଇ ଟିଲୋ ସରପଞ୍ଚ ନିହାରିକା ରାଉତ, ଚାରିଗାଁ ସରପଞ୍ଚ ବନମାଳୀ ବେହେରା, ଓଡିଶା ବ୍ରାହ୍ମଣ ମହାସଂଘର ଉପସଭାପତି ବିଷ୍ଣୁ ମୋହନ ପଣ୍ଡା, ସାଇଁକୂଳସ୍ଥିତ ପତିତପାବନ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଦୀପ କୁମାର ମହାନ୍ତି, ବନ୍ତ ପ୍ରେସ୍ କ୍ଲବର ସଭାପତି ପତଞ୍ଜଳୀ କରଶର୍ମାଙ୍କ ସମେତ ସମସ୍ତ ସଦସ୍ୟ ଓ ବହୁ ବିଶିଷ୍ଟ ବ୍ୟକ୍ତି ତାଙ୍କ ବାସଭବନରେ ପହଞ୍ôଚ ମରଶରୀରରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ମୃତ୍ୟୁ ଶର୍ଯ୍ୟା ନିକଟରେ ପୁଅ, ବୋହୁ, ଝିଅ, ଜ୍ୱାଇଁ, ନାତିନାତୁଣୀଙ୍କ ସମେତ ଆତ୍ମୀୟସ୍ୱଜନ ଉପସ୍ଥିତ ଥିଲେ । ସେ ଜଣେ ଶାନ୍ତ, ସରଳ, ପରୋପକାରୀ ଓ ଧର୍ମପରାୟଣ ମହିଳା ଥିଲେ । ତାଙ୍କ ମୃତ୍ୟୁରେ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ