ବନ୍ତ ବ୍ଲକରେ ପହଂଚିଲେଣି ୨୦୬୫ ପ୍ରବାସୀ
ବନ୍ତ, (ଚାନ୍ଦିନୀ ମହାନ୍ତି) : କରୋନା ଲକ୍ ଡାଉନ୍ ସମୟରେ ବନ୍ତ ବ୍ଲକର ବହୁ ପ୍ରବାସୀ ବିଭିନ୍ନ ରାଜ୍ୟରେ ଫସି ରହିଥିଲେ । ଘରକୁ ଫେରିବା ପାଇଁ ପ୍ରାୟ ୮ ହଜାରରୁ ଉର୍ଦ୍ଧ୍ୱ ପ୍ରବାସୀ ପଞ୍ଜୀକରଣ କରିଥିଲେ । ବର୍ତ୍ତମାନ ସୁଦ୍ଧା ୨୦୬୫ ଜଣ ପ୍ରବାସୀ ବନ୍ତ ବ୍ଲକକୁ ଫେରିଥିବା ଜଣାଯାଇଛି । ବ୍ଲକର ୨୫ଟି ପଞ୍ଚାୟତରେ ଖୋଲା ଯାଇଥିବା ଟିଏମ୍ସି ଏବଂ ଅତିରିକ୍ତ ଟିଏମ୍ସିରେ ସେମାନଙ୍କୁ ରଖାଯିବାର ବ୍ୟବସ୍ଥା କରାଯାଇଛି । ସେହି ପ୍ରବାସୀ ମାନଙ୍କ ମଧ୍ୟରୁ ସଙ୍ଗରୋଧ କାର୍ଯ୍ୟକାଳ ସାରି ପ୍ରାୟ ୧୨୧୦ ଜଣ ପ୍ରବାସୀ ଘରକୁ ଫେରିଥିବା ଜଣାଯାଇଛି ।


