ବନ୍ତ ବ୍ଲକରେ ୭ କରୋନା ପଜେଟିଭ୍ ଚିହ୍ନଟ

ବନ୍ତ (ଚାନ୍ଦିନୀ ମହାନ୍ତି) : ମଙ୍ଗଳବାର ବନ୍ତ ବ୍ଲକରେ ୭ ଜଣ କରୋନା ପଜେଟିଭ୍ ଚିହ୍ନଟ ହୋଇଥିବା ଜଣାଯାଇଛି । ଏସମସ୍ତ ଆକ୍ରାନ୍ତ ମାନେ କଲିକତା ଫେରନ୍ତା ହୋଇଥିବା ବେଳେ ଗଣିଜାଙ୍ଗ ସାମୟିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ରହୁଥିଲେ । ସଂପୃକ୍ତ ୭ ଜଣଙ୍କ ମଧ୍ୟରୁ ଗୋପିନାଥପୁର ପଞ୍ଚାୟତରେ ୩, ପୁରୁଷଣ୍ଢ ପଞ୍ଚାୟତରେ ୨, ଗଣିଜାଙ୍ଗ ଓ ସେଣ୍ଢତୀରା ପଞ୍ଚାୟତରେ ଜଣେ ଲେଖାଏ ବୋଲି ଜଣାଯାଇଛି । ଗତ ୧୦ରୁ ୧୫ ତାରିଖ ମଧ୍ୟରେ ଏମାନେ ଉକ୍ତ ସାମୟିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ପହଞ୍ôଚ ଥିଲେ । ଗତ ଶୁକ୍ରବାର ସ୍ୱାବ୍ ପରୀକ୍ଷା ପାଇଁ ନିଆଯାଇଥିଲା । ଆଜି ପଜେଟିଭ୍ ଜଣାପଡିବା ପରେ ଆଗରପଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଡାକ୍ତରୀ ଦଳ ପହଞ୍ôଚ ସଂପୃକ୍ତ ଆକ୍ରାନ୍ତ ମାନଙ୍କୁ ଭଦ୍ରକ ନେଇଥିବା ଜଣାଯାଇଛି । ଆଜିର ୭ ଜଣଙ୍କୁ ମିଶାଇ ବନ୍ତ ବ୍ଲକରେ ମୋଟ କରୋନା ପଜେଟିଭ୍ ସଂଖ୍ୟା ୯ରେ ପହଞ୍ôଚଛି । ଅପରାହ୍ନରେ ସମୟରେ ସଂପୃକ୍ତ ସାମୟିକ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନୋଡାଲ ଅଫିସର ଅଭୟ କୁମାର ପ୍ରଧାନ ଓ ସରପଞ୍ଚ ରଞ୍ଜନ କୁମାର ସାହୁଙ୍କ ଉପସ୍ଥିତିରେ ସାନିଟାଇଜ୍ କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ