ବନ୍ତ ବ୍ଲକର ବିଭିନ୍ନ ପଞ୍ଚାୟତରେ ସ୍ୱରୋଜଗାର ଦିବସ ପାଳିତ
ବନ୍ତ,(ଚାନ୍ଦିନୀ ମହାନ୍ତି) : ବନ୍ତ ବ୍ଲକ ଅଧିନ ବିଭିନ୍ନ ପଞ୍ଚାୟତରେ ସ୍ୱରୋଜଗାର ଦିବସ ପାଳିତ ହୋଇଯାଇଛି । ବିଭିନ୍ନ ପଞ୍ଚାୟତରେ ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ, ଗ୍ରାମ ରୋଜଗାର ସେବକ, ସରପଞ୍ଚ ମାନଙ୍କ ମିଳିତ ସହଯୋଗରେ ଆୟୋଜିତ କାର୍ଯ୍ୟକ୍ରମରେ ବିଡିଓ, ଏବିଡିଓ, ସହକାରୀ ଯନ୍ତ୍ରୀ, କନିଷ୍ଠ ଯନ୍ତ୍ରୀ ମାନେ ଯୋଗ ଦେଇ ମନରେଗା ଯୋଜନାରେ ଜବକାର୍ଡଧାରୀ ମାନଙ୍କୁ କାର୍ଯ୍ୟ ଯୋଗାଇ ଦେବା ପାଇଁ ସି-୧ ଫର୍ମ ଗ୍ରହଣ, ନୂତନ ଜବକାର୍ଡଧାରୀ ମାନଙ୍କୁ ଜବକାର୍ଡ ବଣ୍ଟନ କରାଯାଇଥିଲା । ବଡମହିଷଗୋଠ ପଞ୍ଚାୟତରେ ଆୟୋଜିତ ସ୍ୱରୋଜଗାର ଦିବସରେ ବିଡିଓ ରେବେକା ବିଲୁଙ୍ଗ ଯୋଗ ଦେଇ ସ୍ୱରୋଜଗାର ଦିବସ ପାଳନ ସଂପର୍କରେ ଆଲୋକପାତ କରିଥିଲେ । ଏଥିସହ ନୂତନ ଜବକାର୍ଡ ବଣ୍ଟନ କରିବା ସହିତ ମନରେଗା କାର୍ଯ୍ୟ ପାଇଁ ସି-୧ ଫର୍ମ ଗ୍ରହଣ କରିଥିଲେ । ପରେ ବଡମହିଷଗୋଠ ପଞ୍ଚାୟତରେ ୨୦୧୬-୧୭ ଠାରୁ ୨୦୧୮-୧୯ ଆର୍ଥିକ ବର୍ଷରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ କାର୍ଯ୍ୟାଦେଶ ପାଇ ଗୃହ ନିର୍ମାଣ କାର୍ଯ୍ୟ ଆରମ୍ଭ କରି ନଥିବା ୧୭ ଜଣ ହିତାଧିକାରୀଙ୍କ କାର୍ଯ୍ୟାଦେଶ ବାତିଲ କରାଯାଇ ସେମାନଙ୍କ ଠାରୁ ୨୦ ହଜାର ଟଙ୍କା ଫେରସ୍ତ ପାଇଁ ନାଲି ନୋଟିସ୍ ପ୍ରଦାନ କରାଯାଇଥିଲା । ଏଥିରେ ସରପଞ୍ଚ କ୍ରିଷ୍ଣା ମହାନ୍ତି, ପିଇଓ ଜୟ ପ୍ରକାଶ ମହାପାତ୍ର ଉପସ୍ଥିତ ଥିଲେ । ବିଟିପୁର ଓ ପୁରୁଷଣ୍ଢ ପଞ୍ଚାୟତର ସ୍ୱରୋଜଗାର ଦିବସ ପାଳନରେ କନିଷ୍ଠ ଯନ୍ତ୍ରୀ ପ୍ରଜ୍ଞା ମହାନ୍ତି, ସରପଞ୍ଚ ସତ୍ୟବାନ ଦାସ, ଜିଆରଏସ ସରୋଜ ସାମଲ ଉପସ୍ଥିିତ ଥିଲେ । ସେହିପରି ବଡବର୍ଚ୍ଚିକୟାଁ ପଞ୍ଚାୟତରେ ପିଇଓ ସଂଗୀତାରାଣୀ ପାଣିଗ୍ରାହୀ, ଜିଆରଏସ୍ ଭାଗିରଥୀ ସାହୁ, କନିଷ୍ଠ ଯନ୍ତ୍ରୀ ଅନିରୁଦ୍ଧ ବିଶ୍ୱାଳ, ସରପଞ୍ଚ ବିଷ୍ଣୁ ମୋହନ ଜେନା ଉପସ୍ଥିତ ଥିଲେ ।


