ବନ୍ଦେଶ୍ୱରଶମ୍ଭୁ ମନ୍ଦିରରାସ୍ତା ଅବସ୍ଥାଶୋଚନୀୟ

ନିମାପଡ଼ା, (ସନ୍ତୋଷ ଦାଶ):ପୁରୀ ଜିଲ୍ଲା ନିମାପଡା ବ୍ଲକ ପ୍ରାଚୀ ଉପତ୍ୟକାର ପ୍ରସିଦ୍ଧ ବନ୍ଦେଶ୍ୱର ଶମ୍ଭୁମନ୍ଦିର ଓ ପ୍ରଭୁ ଶ୍ରୀ ଗୁରୁଦେବ ମନ୍ଦିର କୁ ସବୁଦିନିଆ ପକ୍କାରାସ୍ତା ନଥିବାରୁ ଭକ୍ତ ଓ ଶ୍ରଦ୍ଧାଳୁ ମାନେ ବର୍ଷାଋତୁ ରେ ମନ୍ଦିରକୁ ଯାତାୟାତ କରିବାରେ ଘୋର ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ନିମାପଡ଼ା – କାକଟପୁର ମୁଖ୍ୟରାସ୍ତା ରୁ ବନ୍ଦେଶ୍ଵର ଯାଇଥିବା ରାସ୍ତା ଟିର ଅବସ୍ଥା ଶୋଚନୀୟ ହୋଇ ପଡ଼ିଥିବା ବେଳେ ଏହି ରାସ୍ତା ଉପରେ ଯାତାୟାତ ପାଇଁ ନିର୍ଭରଶିଳ ପୁରୀ ଜିଲ୍ଲାର ଚହଟା, ବନ୍ଦେଶ୍ୱର , ଛବାଟିଆ , ଭାଣପୁର ଓ କଟକ ଜିଲ୍ଲା ର କେଶେରାଇପୁର, ପିତାପଡା, କୃଷ୍ଣପ୍ରସାଦ, ନୂଆସାତଙ୍କ, ନାଛିଗାଁ, ସାରଣା ପ୍ରଭୃତି ଗ୍ରାମର ଗ୍ରାମବାସୀ ମାନେ ଯାତାୟାତ ରେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି l ଏହି ରାସ୍ତାଟିକୁ ପକ୍କା ବା କଂକ୍ରିଟ କରାଯିବାକୁ ଦୀର୍ଘବର୍ଷ ହେବ ସ୍ଥାନୀୟ ଲୋକଙ୍କ ପକ୍ଷରୁ ଦାବି କରାଯାଇ ଆସୁଛି କିନ୍ତୁ ସ୍ଥାନୀୟ ଲୋକ ପ୍ରତିନିଧି ଏଥିପ୍ରତି ଦୃଷ୍ଟିପାତ କରୁନାହାଁନ୍ତି। ପ୍ରତିବର୍ଷ ପଞ୍ଚାୟତ ପକ୍ଷରୁ ରାସ୍ତା ରେ ମାଟି, ମୋରମ ପକାଇ ଲକ୍ଷାଧିକ ଟଙ୍କା ର ବିଲ କରାଯାଇ ଅନୁଦାନ ଅର୍ଥ କୁ ହଡ଼ପ କରାଯାଉଥିବା ଅଭିଯୋଗ ହୋଇଛି।ତୁରନ୍ତ ଏହି ରାସ୍ତାଟି କୁ କଂକ୍ରିଟ ଅବା ପକ୍କା କରିବାକୁ ସାଧାରଣ ରେ ଦାବି ହେଉଛି l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ