ବନ୍ଦ ଖଣିରୁ ଚୋରା ଖଣିଜ ଚାଲାଣ

ଯୋଡା, (ସମୀର କୁମାର ଦାସ):କେନ୍ଦୁଝର ଜିଲ୍ଲା ଯୋଡା ଖଣି ମଣ୍ଡଳ ଅନ୍ତର୍ଗତ ଜଜାଙ୍ଗ ନିକଟସ୍ତ ଏକ ପରିତ୍ୟକ୍ତ ଖଣି ରୁ ଦିନ ଦ୍ୱିପ୍ରହର ରେ ମେସିନ ଲଗାଇ ଖଣିଜ ଉତ୍ତୋଳନ କରି ଚୋରା ଚାଲାଣ ହେଉଛି ।ଘଟଣାସ୍ଥଳ ରୁ ଜଣାପଡିଛି ଯେ,୨୦୨୦ ମସିହା ପୂର୍ବରୁ ଟି ବି ଲାଲ ନାମକ ଲିଜ ଧ।ରି ଙ୍କ ନାମରେ ଲିଜ ଥିଲା ।ପରବର୍ତ୍ତୀ ସମୟରେ ଏହାର ଲିଜ ଅବଧି ସରିବା ପରେ ଏହି ଖଣି ର କିଛି ଅଞ୍ଚଳ ରେଳପଥ ପାଇଁ ଚାଲି ଯାଇଥିବା ବେଳେ କିଛି ଏବେ ମଧ୍ୟ ପରିତ୍ୟକ୍ତ ହୋଇ ପଡ଼ି ରହିଛି ।ଏହି ପରିତ୍ୟକ୍ତ ଖଣି ରୁ ଦିନ ଦ୍ୱିପ୍ରହର ରେ ମେସିନ ଲଗାଇ ଖଣିଜ ଉତ୍ତୋଳନ କରାଯାଇ ହାଇୱା ଟ୍ରକ୍ ଯୋଗେ ଚୋରା ଚାଲାଣ କରାଯାଉଛି । ଏ ନେଇ ଯୋଡା ଓ ବ।ମେବାରି ପୋଲିସ ଖବର ପାଇ ମିଳିତ ଭାବେ ଚଢାଉ କରି ଥିଲେ ।ଘଟଣାସ୍ଥଳରେ ନିୟୋଜିତ ଥିବା ମେସିନ ଓ ଟ୍ରକ୍ ଖସି ଯାଇ ଥିବା ବେଳେ ଘଟଣାସ୍ଥଳ ରେ ମେସିନ ଯୋଗେ ଗାଢ଼ କରି ଖଣିଜ ଚାଲାଣ ହୋଇଥିବା ପୋଲିସ ଦେଖିବାକୁ ପାଇଥିଲା ।ତେଣେ ଏହିପରି ପରିତ୍ୟକ୍ତ ଖଣି ରୁ ଦିନ ବେଳେ ଖଣିଜ ଚୋରା କାରବାର ହେଉଥିଲେ ହେଉଁ ଖଣି ବିଭାଗ କିପରି ଅଗୋଚର ରହିଛି, ଏ ନେଇ ସାଧାରଣରେ ପ୍ରଶ୍ନବ।ଚୀ ସୃଷ୍ଟି ହୋଇଛି ।ସୂଚନାଯୋଗ୍ୟ ଯେ,ଅତୀତରେ ଏହି ଖଣିରୁ ରେଳ ଧାରଣାରେ ମାଟି ପକାଇବାକୁ କହି ଏକ ଠିକା ସଂସ୍ଥା ବିନା ଅନୁମତି ରେ ବହୁ ପରିମାଣ ର ଖଣିଜ ପରିବହନ କରି ନେଇଥିଲା ।ପ୍ରଥମେ ରାଜସ୍ବ ବିଭାଗ ଜାଣିବା ପରେ ଖଣି ବିଭାଗ ଓ ରାଜସ୍ବ ବିଭାଗ ଚଢାଉ କରି ଲକ୍ଷ ଲକ୍ଷ ଟଙ୍କାର ଜୋରିମାନା କରିଥିଲେ ।ଏହି ଖଣି ଟି ବର୍ତ୍ତମାନ ରାଜ୍ୟ ସରକାର ଙ୍କ ଅଧିନରେ ରହିଥିବାରୁ ଏହାର ରକ୍ଷଣା ବେକ୍ଷଣ ଦାୟିତ୍ଵ ଠିକ୍ ଭାବେ ହୋଇ ପାରୁ ନାହିଁ ।ଏଣୁ ଖଣି ମାଫିଆ ଙ୍କ ଲୋପୂପ ଦୃଷ୍ଟି ଏହି ଖଣି ଉପରେ ପଡୁଛି ।ଦିନ ଦ୍ୱିପ୍ରହର ରେ ଅନାୟସରେ ଖଣିଜ ଚୋରା ଚାଲାଣ କରୁଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ