ବନ୍ଦ ପାଳନ ସମ୍ପୁର୍ଣ୍ଣ ସଫଳ

କେନ୍ଦ୍ରାପଡା : ବାର ଦଫା ଦାବିରେ ସମସ୍ତ ଟ୍ରେଡୟୁନିଅନର କେନ୍ଦ୍ର ଓ ରାଜ୍ୟ କର୍ମଚାରୀ ସଂଗଠନ, କୃଷକ ସଂଗଠନ, ଛାତ,୍ର ଯୁବସଂଗଠନ, ସି.ଆଇ.ଟି.ୟୁ , ଆଇ.ଏନ.ଟି.ୟୁ.ସି , ଏ.ଆଇ.ଟି.ୟୁ.ସି , କୃଷକ ସଭା, ଯୁବ ଫେଡେରେସନ, ଛାତ୍ର ଫେଡେରେସନ, ଆଶା, ପାଚିକା, ଅଙ୍ଗନୱାଡି ସଂଗଠନ, ନିର୍ମାଣ ଶ୍ରମିକ ସଂଙ୍ଘ, ବ୍ୟାଙ୍କ, ବୀମା ଓ ପୋଷ୍ଟାଲ ୟୁନିୟନ , ଭାରତୀୟ ଜାତୀୟ କଂଗ୍ରେସ, ସି.ପି.ଆଇ.(ଏମ), ସି.ପି.ଆଇ ପକ୍ଷରୁ ମିଳିତ ଭାବେ କେନ୍ଦ୍ରାପଡାରେ ବନ୍ଦ ପାଳନ କରାଯାଇଥିଲା । ସକାଳ ୬ ଘଟିକା ଠାରୁ ସତ୍ୟାଗ୍ରହୀମାନେ ସହରର ବିଭିନ୍ନ ରାସ୍ତାରେ ପିିକେଟିଙ୍ଗ ଆରମ୍ଭ କରିଦେଇଥିଲେ । ସକାଳ ୯ ଘଟିକା ସମୟରେ ସମସ୍ତ ସରକାରୀ ଅଫିସ, ଜିଲ୍ଲାପାଳ ଅଫିସ୍ , ସମସ୍ତ ବ୍ୟାଙ୍କ , ବୀମା, ପୋଷ୍ଟ ଅଫିସରେ ପିକେଟିଙ୍ଗ କରାଯାଇଥିଲା । କେନ୍ଦ୍ରାପଡା ସହର ସମେତ ସମସ୍ତ ଅଫିସ,ଦପ୍ତର, ସ୍କୁଲ, କଲେଜ, ଦୋକାନ, ବଜାର ପ୍ରଭୃତି ବନ୍ଦ ରହିଥିଲା । କୋର୍ଟରେ ଓକିଲମାନେ କାମରେ ଯୋଗ ଦେଇନଥିଲେ । ଦରଦାମ ନିୟନ୍ତ୍ରଣ, ମୋଦି ସରକାରର ଜନ ବିରୋଧି ନୀତି, ନାଗରିକତା ଆଇନ, କ୍ରମର୍ବଧିଶ୍ନୁ ଆକ୍ରମଣ , ଶ୍ରମ ଆଇନର ସଂଶୋଧନ ନ କରିବା, ନିଯୁକ୍ତି , କଳକାରଖାନା ବନ୍ଦ ବିରୋଧରେ ଏହି ଆନ୍ଦୋଳନ ରେ ବରିଷ୍ଠ କଂଗ୍ରେସ ନେତା ପୂର୍ବତନ ମନ୍ତ୍ରୀ ଗଣେଶ୍ୱର ବେହେରା, କଂଗ୍ରେସର ଜିଲ୍ଲା ସଭାପତି ଚିନ୍ନମୟ ପ୍ରସାଦ ବେଉରା, ପୂର୍ବତନ ବିଧାୟକ ଦେବେନ୍ଦ୍ର ଶର୍ମା , ସି.ପି.ଆଇ.(ଏମ) , ଜିଲ୍ଲା ସଂପାଦକ , ଗୟାଧର ଧଳ, ସି.ପି.ଆଇ. ଜିଲ୍ଲା ସଂପାଦକ ରମଣୀରଞ୍ଜନ ରାଉତରାୟ, ଆଇ.ଏନ.ଟି.ୟୁ.ସି . ଜିଲ୍ଲା ସଭାପତି ମୁକ୍ତାର ଖାଁ , ସି.ଆଇ.ଟି.ୟୁ ର ଜିଲ୍ଲା ସଂପାଦକ ଜଗତଜୀବନ ଦାସ , ଏ.ଆଇ.ଟି.ୟୁ.ସି ର ଜିଲ୍ଲା ସଭାପତି ବାବାଜି ଧଳ, ବରିଷ୍ଠ ବାମପନ୍ଥୀ ନେତା ଉମେଶ ଚନ୍ଦ୍ର ସିଂହ, ବାବାଜି ପରିଡା, ମାଧବ ଦାସ, ଧନେଶ୍ୱର ରାଉତ, ବରିଷ୍ଠ ଆଇ.ଏନ.ଟି.ୟୁ.ସି ନେତା କୃଷ୍ଣଚନ୍ଦ୍ର ରାଉତ, ଫକିର ଖଟୁଆ, ପ୍ରଫୁୁଲ୍ଲ କୁମାର ଦାସ, ବିଧୁୁ ଭୂଷଣ ମହାପାତ୍ର, ମହେନ୍ଦ୍ର ପରିଡା, ସୁବାଶିନି ଭଦ୍ର , ରତ୍ନଞ୍ଜୟ ମଳିକ, ଆଦିକନ୍ଦ ରାଉଳ, ପ୍ରକାଶ କୁମାର ପରିଡା, ସଂଜୟ ରାଉତ, ସୌମେନ୍ଦ୍ର ପୃଷ୍ଟି, ନୃସିହ ପରିଡା, ଅସିତ ମର୍ଦ୍ଧା , ରବି ମହାକୂଡ, ସୁହାନା ବେଗମ, ଜସ୍ମିନ୍ ବେଗମ, ଶରତ କୁମାର ବେହୁରା, ସ୍ନେହଲତା ଗାହଣ , ପ୍ରେମଲତା ସ୍ୱାଇଁ , ସୁଷମା ପଣ୍ଡା, ବିଭ୍ରାଂଶୁ ଶେଖର ଲେଙ୍କା, ପାର୍ବତୀ ବେହେରା, କ୍ରାନ୍ତିପ୍ରଭା ନାୟକ, ନନ୍ଦିନି ସ୍ୱାଇଁ, ଭଗବତୀ ନାୟକ, ରଂଜୁଲତା ବେହେରା, ଅଭୟ ଦାସ, ଅଶୋକ ନାଥ, ରମେଶ ମଲ୍ଲିକ, ନିରଂଜନ ଷଡଙ୍ଗୀ, ଭଜହରି ପ୍ରଧାନ, ଅକ୍ଷୟ ମଳିକ ପ୍ରମୁଖ ଆନ୍ଦୋଳନ ନେତୃତ୍ୱ ନେଇଥିଲେ । ସେହିପରି କେନ୍ଦ୍ରାପଡା ମୁଖ୍ୟ ଡାକଘର ସମ୍ମୁଖରେ କମ୍ୟୁନିଷ୍ଟ ନେତା ରମଣୀରଞ୍ଜନ ରାଉତରାୟଙ୍କ ନେତୃତ୍ୱରେ ସର୍ବ ଭାରତୀୟ ଡାକ କର୍ମଚାରୀ ସଙ୍ଘ ଓ କଟକ ଉତ୍ତର ଡିଭିଜନ ଶାଖାର ଚତୁର୍ଥ ଶ୍ରେଣୀ କର୍ମଚାରୀ ହୃଷିକେଶ ସୂତାର, ସୂର୍ଯ୍ୟକାନ୍ତ ସାମଲ, ସରୋଜକାନ୍ତ ବିଶ୍ୱାଳ, ପ୍ରଭାକର ବେହେରା, ବିଜୟ କୁମାର ଦାସ, ଅନିଲ ଘଡେଇ, ହିମାଂଶୁ ନାୟକ ପ୍ରମୁଖ ବିକ୍ଷୋଭରେ ସାମିଲ ହୋଇଥିଲେ । ଆନ୍ଦୋଳନ ସଫଳ ହେଇଥିବାରୁ ନେତୃବୃନ୍ଦମାନେ ବଧାଇ ଜଣାଇଛନ୍ତି । ପ୍ରକାଶ ଥାଉକି ସବୁ ଅଫିସ ,ଦପ୍ତର ବନ୍ଦ ହେଲା ପରେ ଏକ ବିରାଟ ଶୋଭାଯାତ୍ରା ତିନିମୁହାଣିରୁ ବାହାରି ମୁଖ୍ୟ ବଜାର ପରିକ୍ରମା କଲା ପରେ ଜିଲ୍ଲାପାଳ ଅଫିସ ସମ୍ମୁଖରେ ଏକାଠି ହୋଇଥିଲେ ଓ ସେଠାରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ