ବନ୍ଧୁକ ଦେଖାଇ ଘରୁ ଲୁଟି ନେଲେ୩୨ହାଜର

ମୋହନା, (ଅଂଶୁମାନ ପଣ୍ଡା) :-ବିଳମ୍ବିତ ରାତିରେ ଗୋଟେ ବେଳେ ଗଜପତି ଜିଲ୍ଲା ମୋହନା ଥାନା ଜାତୀୟ ରାଜପଥ୩୨୬ବ୍ରହ୍ମପୁର ରାୟଗଡ଼ା ଦେଇ ଯାଇଥିବା ରାସ୍ତା ମେରାପଲ୍ଲି ମୁଖ୍ୟ ରାସ୍ତା ପାଶ୍ୱରୁ ଥିବା ଜଣେ ବ୍ୟକ୍ତିଙ୍କ ଘରୁ ପୋଲିସର ପରିଚୟ ଦେଇ ବନ୍ଧୁକ ଦେଖାଇ ଟଙ୍କା ଲୁଟ ହୋଇଥିବା ଥାନାରେ ଅଭଯୋଗ ହୋଇଛି । ବିଳମ୍ବିତ ରାତିରେ ୪ ଜଣ ଦୁର୍ବୁତ୍ତ ପୋଲିସର ପତିଚୟ ଦେଇ ଗାଁର ସଞ୍ଜୟ ସାହୁ ନାମକ ବ୍ୟକ୍ତିଙ୍କ ଘର ଭିତରକୁ ଜୋରଜବରଦସ୍ତ ପଶି ସଞ୍ଜୟ ଙ୍କୁ ବାନ୍ଧି ଦେଇ ବନ୍ଧୁକ ଦେଖାଇ ସଞ୍ଜୟ ଙ୍କ ପକେଟ ରୁ ଦୁଇ ହଜାର ଓ ତାଙ୍କ ସ୍ତ୍ରୀ ରଖିଥିବା୯ସହ ଟଙ୍କା ତାହା ସହ ପେଡି ଖୁଲିବାକୁ କହି ପେଡିରୁ୩୦ହଜାର ମୋଟ ୩୨ ହଜାର ୯ ଶହ ଟଙ୍କା ଲୁଟ କରି ନେଇଯାଇଛନ୍ତି । ଏହା ତାଙ୍କ ମୋବାଇଲ ଫୋନ ଟି ନେଇଯାଇ ସିମ କାଡ଼ିଫୋପାଡ଼ି ଦେଇ ମୋବାଇଲ ଫେରାଇ ଚାଲିଯାଇଛନ୍ତି ଦୁର୍ବୁତ୍ତମାନଙ୍କ ପରିଚୟ । ମିଳିପାରି ନଥିବା ବେଳେ ଘର ମାଲିକ ସଞ୍ଜୟ ସାହୁ ଏନେଇ ଥାନାରେ ଲିଖିତ ଅଭିଯୋଗ କରିଥିବା ବେଳେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ