ବନ୍ଧୁକ ଦେଖାଇ ସୁନା ଅଳଙ୍କାର ଲୁଟ୍
ନିରାକାରପୁର (ଜୁଗାବ୍ଦ ନ୍ୟୁଜ୍): ଖୋର୍ଦ୍ଧା ଜିଲ୍ଲା ଜଙ୍କିଆ ଥାନା ଅନ୍ତର୍ଗତ କମାଗୁରୁ ରାସ୍ତାରେ ଶୁକ୍ରବାର ସକାଳ ସାଢେ ଆଠଟାରେ ଏକ ବଡଧରଣର ଡକାୟତି ହୋଇଯାଇଛି । ପ୍ରକାଶ ଯେ, ଜଙ୍କିଆ ଥାନା ଅନ୍ତର୍ଗତ ସରପାରୀ ଗ୍ରାମର ଗଗନ ନାୟକ ସବୁଦିନ ପରି ସୁନା ରୁପା ଅଳଙ୍କାର ବେପାର କରିବା ପାଇଁ ତାଙ୍କ ଗାଡି ହୁଣ୍ଡା ସାଇନି (ଓଡି୦୨ଏଓାଇ୮୯୪୭)ରେ ବାହାରିଥିଲେ । କମାଗୁରୁ ରାସ୍ତାପାଖରେ ଥିବା ଏକ ପଥର ଖଣି ନିକଟରେ ପରିଶ୍ରା ସାରି ଗାଡି ଷ୍ଟାଟ୍ ମାରିବା ସମୟରେ ପାଖରୁ ଦୁଇଜଣ ଦୁର୍ବୃତ୍ତ ଗଗନଙ୍କ ବେକରେ ବନ୍ଧୁକ ଲଗାଇ ହତ୍ୟା ଧମକ ଦେଇଥିଲେ । ବାଧ୍ୟହୋଇ ଜଗନ୍ନାଥ ବାଇକ୍ ଚାବିଦେବା ସହ ଗଗନଙ୍କ ମୋବାଇଲ୍ ଫୋନ ସହିତ ସମସ୍ତ ସୁନା ଅଳଙ୍କାର ଲୁଟି ନେଇ ଟାଙ୍କୋଳ ରାସ୍ତାରେ ଚମ୍ପଟ ମାରିଥିଲେ । ଏ ସଂପର୍କରେ ଜଗନ୍ନାଥ ଲିଖିତ ଅଭିଯୋଗ ଦେବା ପରେ ସିକୋ ଫାଣ୍ଡି ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।