ବନ୍ଧୁକ ମୁନରେ ୪ ଶିକ୍ଷକଙ୍କ ଠାରୁ ଲୁଟ୍ ଅଭିଯୋଗ

ଘଟଗାଁ ,(ଯୁଗାବ୍ଦ ନ୍ୟୁଜ୍) : କେନ୍ଦୁଝର ଜିଲ୍ଲା ଘଟଗାଁ ଥାନା ଅନ୍ତର୍ଗତ ଛୋଟରାୟପୁର ନିକଟ ରେ ହରିଚନ୍ଦନପୁର ବ୍ଲକର ୪ ଜଣ ଶିକ୍ଷକଙ୍କ ଠାରୁ ବନ୍ଧୁକ ମୁନ ୩ ଦୁର୍ବୁତ୍ତ ୍ମୋଟର ସାଇକେଲ ,ମୋବାଇଲ,ସମେତ କିଛି ଟଙ୍କା ଲୁଟ କରି ନେଇଥିବା ଅଭିଯୋଗ ହୋଇଛି । ୪ ଜଣ ଶିକ୍ଷକଙ୍କ ମଧ୍ୟରେ ଜଣେ ଶିକ୍ଷକ ଲୁଟେରା ମାନଙ୍କ ଦ୍ୱାରା ଆହାତ ହୋଇ ଘଟଗାଁ ସ୍ୱାସ୍ଥକେନ୍ଦ୍ରରେ ଚିକିସ୍ରିତ ହେଉଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁଯାୟୀ ୪ ଜଣ ଶିକ୍ଷକ ମିଳିମିଶି ମୋଟର ସାଇକେଲ ଯୋଗେ ମୟୂରଭଞ୍ଜ ଜିଲ୍ଲାର ନିଜ ନିଜର ଗ୍ରାମକୁ ଆସୁଥିବା ସମୟରେ ଛୋଟରାୟପୁର ନିକଟ ନିରୋଳା ରାସ୍ତାରେ ୪ ଶିକ୍ଷକଙ୍କୁ ୩ ଜଣ ଦୁର୍ବୁତ୍ତ ବନ୍ଧୁକ୍ ଦେଖାଇ ଅଟକାଇଥିଲେ ।ଏହା ପରେ ଦୁବୁତ୍ତ ମାନେ ଫୋନ ଯୋଗେ ଆଉ ୩ ଜଣ ସହଯୋଗୀଙ୍କୁ ଫୋନ ଯୋଗେ ଡାକିଥିଲେ ।ଅନ୍ୟ ତିନି ଜଣ ଦୁର୍ବୁତ୍ତ ଖଣ୍ଡା ବନ୍ଧୁକ ଦେଖାଇ ଗୋଟିଏ ମୋଂଟର ସାଇକେଲ ସମେତ ୨ ଟି ମୋବାଇଲ ୩ ଗୋଟି ବ୍ୟାଗ ସମେତ ନଗଦ ୫୦୦୦ ହଜାର ଟଙ୍କା ଲୁଟ କରି ଦୁର୍ବୁତ୍ତ ଘଟଣା ସ୍ଥଳରୁ ଫେରାର ହୋଇଯାଇଥିବା ଜଣାପଡିଛି । ଘଟଗାଁ ଥାନାରେ ଲିଖିତ ଅଭିଯୋଗ ପରେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ