ବନ୍ଧୁତ୍ଵପୂର୍ଣ୍ଣ ମ୍ୟାଚ ରେ ନିମାପଡ଼ା ଭେଟେରାନ ବିଜୟୀ

ନିମାପଡ଼ା, (ସନ୍ତୋଷ ଦାଶ):ସ୍ଥାନୀୟ ବାରବାଟି ପଡ଼ିଆରେ ନିମାପଡ଼ା ଆଥଲେଟିକ୍ ଆସୋସିଏସନ୍ ପକ୍ଷରୁ ଆୟୋଜିତ ୨୦ତମ ନିମାପଡ଼ା ପ୍ରିମିୟର ଲିଗ୍ ଫୁଟବଲ ଟୁର୍ଣ୍ଣାମେଣ୍ଟର ସପ୍ତଦଶ ଦିବସ ରେ ଏକ ବନ୍ଧୁତ୍ୱପୂର୍ଣ୍ଣ ମ୍ୟାଚ ନିମାପଡ଼ା ଆଥଲେଟିକ ଆସୋସିଏସନ୍ ଏକାଦଶ ଓ ନିମାପଡା ଭେଟେରାନ ମଧ୍ୟରେ ଅନୁଷ୍ଠିତ ହୋଇଥିଲା।ନିମାପଡ଼ା ଭେଟେରାନ ବିଜୟୀ ହୋଇଥିବା ବେଳେ ଏହାର ଅଧିନାୟକ ଥିଲେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ।ଭେଟେରାନ ଏକାଦଶର ଅଧିନାୟକ ଥିଲେ ଜୀବନାନନ୍ଦ ମହାପାତ୍ର।ପୂର୍ବତନ କାଉନସିଲର ଅରୁଣ ପ୍ରସାଦ ଦାଶ ଓ ପବିତ୍ର କୁମାର ବରାଳ ଅତିଥି ଭାବେ ଯୋଗଦେଇଥିଲେ।ବିଚିତ୍ରାନନ୍ଦ ପାତ୍ର ମ୍ୟାନ ଅଫ ଦି ମ୍ୟାଚ ହୋଇ ଅତିଥିଙ୍କ ଠାରୁ ପୁରସ୍କାର ଗ୍ରହଣ କରିଥିଲେ।ଆଜି ଖେଳକୁ ଜୟନ୍ତ ରାୟ,ଦିପ୍ତିରଞ୍ଜନ ରାଉତରାୟ, ସୁଶାନ୍ତ ରାଉତରାୟ ଓ ପଦ୍ମ ଚରଣ ପାଣିଗ୍ରାହୀ ପରିଚାଳନା କରିଥିଲେ।ଆସନ୍ତାକାଲି ଫାଇନାଲ ଖେଳ ବଳଙ୍ଗାର ଲଙ୍କେଶ୍ଵରୀ ଫୁଟବଲ କ୍ଲବ ଓ ନିମାପଡ଼ା ଆଥଲେଟିକ ଆସୋସିଏସନ୍ ମଧ୍ୟରେ ଅନୁଷ୍ଠିତ ହେବ।ବିଜୟୀ ଦଳକୁ ନଗଦ ୫ ହଜାର ଟଙ୍କା ଓ ଟ୍ରଫି ଏବଂ ଉପ ବିଜେତା ଦଳକୁ ନଗଦ ୩ ହଜାର ଟଙ୍କା ଓ ଟ୍ରଫି ପ୍ରଦାନ କରାଯିବ ବୋଲି ସମ୍ପାଦକ ‌ଜୀବନାନନ୍ଦ ମହାପାତ୍ର ପ୍ରକାଶ କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ