ବନ୍ୟାଘେରରୁ ଠିକାଦାରଙ୍କୁ ଉଦ୍ଧାର କଲା ଅଗ୍ନିଶମ ବିଭାଗ 

ହାଟଡିହି,(ଓ୍ବାଇଏନ୍ଏସ୍) : ନଦୀବନ୍ଧରେ ବାଲିବସ୍ତା ପକାଇବାକୁ ଯାଇ ବନ୍ୟାଘେରରେ ପସିଥିବା ଜଣେ ଠିକାଦାରଙ୍କୁ ଅଗ୍ନିଶମ ବିଭାଗ ଉଦ୍ଧାର କରିବାରେ ସଫଳ ହୋଇଛି । ଖବରରୁ ଜଣାଯାଇଛି ଯେ ତେମଳା ଗ୍ରାମର ନିରଞ୍ଜନ ମହାପାତ୍ର ନାମକ ଜଣେ ଠିକାଦର ହାବଳେଶ୍ୱର-ସମଣା ନଦୀବନ୍ଧରେ ବାଲି ବସ୍ତା ପକାଇବାକୁ ବୁଧବାର ଦିନ ଯାଇôତଲେ । କିନ୍ତୁ ଚାରିପଟୁ ପାଣି ଘେରାଉ କରିଦେବାରୁ ସେ ଆଉ ଫେରିପାରି ନଥିଲେ । ଏନେଇ ଅତିରିକ୍ତ ତହସିଲଦାର ରଶ୍ମୀରଞ୍ଜନ ଦାସଙ୍କ ଠାରୁ ଖବରପାଇ ହାଟଡିହି ଅଗ୍ନିଶମ ବିଭାଗର ଷ୍ଟେସନ ଅଫିସର ସୁର୍ଯ୍ୟମଣୀ ନାୟକଙ୍କ ନେତୃତ୍ୱରେ କର୍ମଚାରୀ ରାକେଶ ସେନାପତି, ମାନଭଞ୍ଜନ ସାହୁ, ଗୋବିନ୍ଦ ଭୋଇ, ଦୀପକ ଲେଙ୍କା ପ୍ରମୁଖ ବୋଟ ଯୋଗେ ହାବଳେଶ୍ୱରକ ଯାଇ ତାଙ୍କୁ ଉଦ୍ଧାର କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ