ବନ୍ୟାଞ୍ଚଳ ପରିଦର୍ଶନ କରି ଲୋକଙ୍କ ସମସ୍ୟା ବୁଝିଲେ ସରକାରୀ ଉପମୁଖ୍ୟ ସଚେତକ ତଥା ବିଧାୟକ ରେମୁଣା

ବାଲେଶ୍ୱର, (ସରୋଜ ପଣ୍ଡା):ବାତ୍ୟା ଦାନା ର ପ୍ରଭାବରେ ହୋଇଥିବା ବର୍ଷା ଯୋଗୁଁ ନଦୀର ଜଳସ୍ତର ବଢ଼ି ନଦୀ ପାଖବର୍ତ୍ତି ଅଞ୍ଚଳ ପାଣି ଘେରରେ ରହିଅଛି। ପାଣି ଘେରରେ ଥିବା ଗ୍ରାମପଞ୍ଚାୟତ ଯଥା – ଶାସଙ୍ଗ,ଚଷାଖଣ୍ଡ, କଲ୍ୟାଣପୁର, ନିଜାମ୍ପୁର, ଗୁଡୁଦା, ଦୁର୍ଗାଦେବୀ, ଗଣ୍ଡରଦା ଇତ୍ୟାଦି ପଞ୍ଚାୟତ ବୁଲି ଲୋକଙ୍କ ସହ ସାକ୍ଷାତ କରି ସ୍ଥିତିର ସମୀକ୍ଷା କଲେ ସରକାରୀ ଉପମୁଖ୍ୟ ସଚେତକ ତଥା ବିଧାୟକ ରେମୁଣା ଶ୍ରୀ ଗୋବିନ୍ଦ ଚନ୍ଦ୍ର ଦାସ। ଏଭଳି ପରିସ୍ଥିତିରେ କେମିତି ଲୋକମାନେ ସୁରକ୍ଷିତ ରହିବେ, ଲୋକଙ୍କ ପାଖରେ ଖାଦ୍ୟ ପାନୀୟ ଜଳ କିଭଳି ସଠିକ୍ ସମୟରେ ପହଞ୍ଚିବ ସେ ପ୍ରତି ଗୁରୁତ୍ବ ଦେଇଥିଲେ। ଆବଶ୍ୟକୀୟ ସରକାରୀ ସହାୟତାରୁ ଯେମିତି କୌଣସି ଲୋକ ବଞ୍ଚିତ ନ ରହିବେ ସେ ବିଷୟରେ ବିଭାଗୀୟ ଅଧିକାରୀଙ୍କୁ ତଦାରଖ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ଏଥି ସହିତ ବନ୍ୟା ପାଣି ଘେରରେ ଥିବା ଲୋକମାନଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ