ବନ୍ୟାଞ୍ଚଳ ବୁଲିଲେ ୩୭ନଂ ଜୋନ ଜିଲ୍ଲାପରିଷଦ ସଦସ୍ୟ

ହାଟଡିହିି, (ବିକାଶ ବିଶ୍ୱାଳ):ବୈତରଣୀ ନଦୀରେ ବନ୍ୟା ଆସି ହାଟଡିହି ବ୍ଲକର ୩୭ନମ୍ବର ଜିଲ୍ଲାପରିଷଦ ଜୋନ ଅଞ୍ଚଳରେ ବ୍ୟାପକ ଅଞ୍ଚଳ ଜଳମଗ୍ନ କରି ରଖିଥିବା ବେଳେ ଆଜି ୩୭ନଂ ଜୋନ ଜିଲ୍ଲାପରିଷଦ ସଦସ୍ୟ ତଥା ପୁର୍ବତନ ଜିଲ୍ଲା ବିଜେଡି ସଭାପତି ବିମ୍ବାଧର ବିଶ୍ୱାଳ ସମଣା, ବାହାରିପୁର, ଚାପୁଣ୍ଡିଆ, ଆଇତିପୁର, ରାଘବପୁର, ନୁଆଗାଁ, ଅମୃତପୁର, ହାବଳେଶ୍ୱର, ଜମ୍ଭରା, ଜଳସରପୁର, ଗେଡମା ଆଦି ଗ୍ରାମ ଗୁଡିକୁ ବୋଟ ଯୋଗେ ଯାଇ ଲୋକମାନଙ୍କ ସହ ଆଲୋଚନା କରି ବନ୍ୟାସ୍ଥିତି ନିରୀକ୍ଷଣ କରିଛନ୍ତି । ତାଙ୍କ ସହିତ ସ୍ମିତ ସେନାପତି, କାହ୍ନୁ ସା, ଗଦାଧର ଦାସ, ଯୁଗଳ ଦାସ, ଯୁଦ୍ଧିଷ୍ଠିର ପାତ୍ର, ସମଣା ସରପଞ୍ଚ ଜଗବନ୍ଧୁ କାଣ୍ଡି, ଅରୁଣ ସା, ବାଦଲ ପାଇକରାୟ, ବାବୁଲି ସା, ଅଜୟ କୁମାର ସା, ମଙ୍ଗୁଳି ସା, ଉପେନ୍ଦ୍ର ସା, ଚକ୍ରଧର ଦତ୍ତ, ବସନ୍ତ ମହାନ୍ତି, ଅଭିଜିତ ସେନାପତି, ବରଦା ପ୍ରସନ୍ନ ନାୟକଙ୍କ ସମେତ ଅନେକ ଲୋକଙ୍କୁ ସାକ୍ଷାତକରି ସେମାନଙ୍କ ସମସ୍ୟା ସମ୍ପର୍କରେ ପଚାରି ବୁଝିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ