ବନ୍ୟାସୁରକ୍ଷା ସଦସ୍ୟ ଓ ଅଗ୍ନିଶମ ବିଭାଗ ଦ୍ଵାରା ସମ୍ବର ଉଦ୍ଧାର
ରାଇରଙ୍ଗପୁର,(ଅକ୍ଷୟ କୁମାର ବିଶ୍ୱାଳ): ମୟୂରଭଞ୍ଜ ଜିଲ୍ଲା ସାରସକଣା ବ୍ଲକ ଘଣ୍ଟିଆବୁଡା ଗାଁରେ ନିକଟ ସୁବର୍ଣ୍ଣରେଖା କେନାଲ ଭିତରେ ପଶିଗଲା ସମ୍ବର । ଖବର ପାଇ ସ୍ଥାନୀୟ ଅଗ୍ନିଶମ ବିଭାଗ , ବନ୍ୟାସୁରକ୍ଷା ର ସଦସ୍ୟ ଡ଼କ୍ଟର ବିଶାଖା ବାସୁକି ,ଡକ୍ଟର ପିୟୁସ ସରେନ ଏବଂ ଜଙ୍ଗଲ ବିଭାଗ କର୍ମଚାରୀ ପହଁଚି ସମ୍ବରଟିକୁ ଉଦ୍ଧାର କରି ବାରିପଦା ଡିଭିଜନ ଅଫିସକୁ ନେଇ ପ୍ରଥମିକ ଚିକିତ୍ସା ପରେ ଜଙ୍ଗଲ ଭିତରକୁ ଛଡାଯିବ ବୋଲି ACF ଶ୍ୟାମା ଭାରତୀ ପ୍ରକାଶ କରିଛନ୍ତି । ତେବେ ବିଳମ୍ବିତ ରାତିରେ ସମ୍ବରଟି ଖାଦ୍ଯ ଅନ୍ବେଶଣରେ ଗାଁ ନିକଟତ୍ତର ହେବାରୁ ବୁଲା କୁକୁରଙ୍କ ହାବୁଡରେ ପଡିଯାଇ କେନାଲ ଭିତରେ ପଡିଯାଇଥିବା ସ୍ଥାନୀୟ ଲୋକଙ୍କ ଠାରୁ ଶୁଣିବାକୁ ମିଳିଛି ।


