ବନ ବିଭାଗ ତରଫରୁ ଚିତ୍ରାଙ୍କନ ପ୍ରତିଯୋଗିତା

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଘୁ.ଉଦୟଗିରି ବନାଞ୍ଚଳ ତରଫରୁ ବନାଞ୍ଚଳ ବିଶ୍ରାମାଗାର ଠାରେ ଆଗାମି ଅକ୍ଟୋବର ପ୍ରଥମ ସପ୍ତାହରେ ପାଳନ ହେବାକୁ ଥିବା ବନାଞ୍ଚଳ ସପ୍ତାହ ଅବସରରେ ଏକ ଚିତ୍ରାଙ୍କନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଏଥିରେ ପାଞ୍ଚଗୋଟି ବିଦ୍ୟାଳୟରୁ ୪୭ ଜଣ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିବା ବେଳେ ସିନିୟର ବିଭାଗ ରେ ବିଷୟ ବସ୍ତୁ ଥିଲା ବନ୍ୟପ୍ରାଣୀ ଙ୍କ ସହ ସହାବସ୍ଥାନ ଓ ଜୁନିୟର ବିଭାଗ ରେ ବିହଙ୍ଗ ଓ ଆମ ପରିବେଶ ଉପରେ ଚିତ୍ରାଙ୍କନ ପ୍ରତିଯୋଗୀତା ହୋଇଥିଲା ସମସ୍ତ ଛାତ୍ରଛାତ୍ରୀ ମାନଙ୍କୁ ମାନପତ୍ର ଦିଆଯାଇଥିଲା। କାର୍ଯ୍ୟକ୍ରମ କୁ ବନାଞ୍ଚଳ ଅଧିକାରିଣୀ ମିନାକ୍ଷୀ କୁମୁରା ପରିଚାଳନା କରିଥିବା ବେଳେ ବନ ପାଳ ପ୍ରବିଣ ଦାସ, ରଶ୍ମିତା ବକ୍ସି, ଓ ମନୋଜ କୁମାର ଝା ପ୍ରମୁଖ ଉପସ୍ଥିତ ରହି ପରିଚାଳନାରେ ସହଯୋଗ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ