ଲଘୁଚାପ ଜନିତ ବର୍ଷା କ୍ଷତିଗ୍ରସ୍ତ ପରିବାର ବର୍ଗ ଙ୍କୁ ପଲିଥିନ ବଣ୍ଟନ

କନ୍ଧମାଳ, (ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ରେ ଲଘୁଚାପ ଜନିତ ଲଗାଣ ବର୍ଷାରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ଏଥିରେ ଏକର ଏକର ଚାଷଜମି ଧୋଇ ହୋଇ ଯାଇଛି। ବର୍ଷା ଯୋଗୁଁ ଅନେକ ଙ୍କ ଘରଦ୍ଵାର ଭାଙ୍ଗି ଯାଇଛି। ଏହି ପରିପ୍ରେକ୍ଷୀରେ ଫିରିଙ୍ଗିଆ ରାଜସ୍ୱ ନିରୀକ୍ଷିକା ଙ୍କ ଦ୍ଵାରା ଯୋଗ୍ୟ ହିତାଧିକାରୀଙ୍କୁ ପଲିଥିନ ବଣ୍ଟନ କରାଯାଇଛି। ନିଜେ ରାଜସ୍ୱ ନିରୀକ୍ଷିକା ରିତାଞ୍ଜଳୀ ବେହେରା ଗାଁ ଗାଁ ବୁଲି କ୍ଷତିଗ୍ରସ୍ତ ପରିବାରକୁ ଭେଟିଛନ୍ତି। ଏଥିରେ ତାଙ୍କୁ ସହକାରୀ ରାଜସ୍ୱ ନିରୀକ୍ଷିକା ସସ୍ମିତା ସାହୁ ସହଯୋଗ କରିଛନ୍ତି। ଆବଶ୍ୟକତା କୁ ଦୃଷ୍ଟିରେ ରଖି ସହାୟତା ଯୋଗାଇ ଦେବାକୁ କହିଛନ୍ତି। ପଲିଥିନ ବଣ୍ଟନ ଅଗଷ୍ଟ ୧୬ ତାରିଖ ଠାରୁ ଆରମ୍ଭ ହୋଇ ଥିବା ବେଳେ ବର୍ତ୍ତମାନ ସୁଦ୍ଧା ଫିରିଙ୍ଗିଆ ରାଜସ୍ବ ଅଧିନରେ ଥିବା କାସିନିପଦର ପଞ୍ଚାୟତ ଡାଗାରିପଦର ଗାଁ ରେ ୮ଜଣ ହିତାଧିକାରୀ ଭାଲୁର ଗାଁ ରେ ୬ଜଣ କାସିନିପଦର ଅଞ୍ଚଳ ରେ ୪୫ଜଣ ହିତାଧିକାରୀ ଙ୍କୁ ପଲିଥିନ ଦିଆଯାଇଥିବା ବେଳେ ଫିରିଙ୍ଗିଆ ପଞ୍ଚାୟତ ଫିରିଙ୍ଗିଆ ରେ ୨୪ ଜଣ ସଖିପଡା ଗ୍ରାମ ରେ ୧୫ ଜଣ ମୁଣ୍ଡାସାହି ୨ଜଣ ଉପରପଡା ୬ଜଣ ଦିଣ୍ଡିରା ଗାଁ ପଞ୍ଚାୟତ ଗଞ୍ଜୁଖୋଲ ଗାଁ ରେ ୪ଜଣ ହିତାଧିକାରୀ ଙ୍କୁ ବର୍ତ୍ତମାନ ସୁଦ୍ଧା ପଲିଥିନ ପ୍ରଦାନ କରାଯାଇଛି। ବର୍ତ୍ତମାନ ୨୬ ଜଣ ହିତାଧିକାରୀ ଙ୍କ ଆବେଦନ ଆସିଛି। ତଦନ୍ତ ପରେ ଯୋଗ୍ୟ ହିତାଧିକାରୀଙ୍କୁ ପଲିଥିନ ପ୍ରଦାନ କରାଯିବ ବୋଲି କହିଥିବା ବେଳେ କ୍ଷୟକ୍ଷତି ଆକଳନ ଚାଲିଛି ଆବଶ୍ୟକତା ଦୃଷ୍ଟିରେ ରଖି ଯୋଗ୍ୟ ହିତାଧିକାରୀଙ୍କୁ ପଲିଥିନ ପ୍ରଦାନ କରାଯିବ ବୋଲି ଆର ଆଇ ରିତାଞ୍ଜଳି ବେହେରା କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ