ବନ ବିଭାଗ ପକ୍ଷରୁ ଚୋରା ପଥର ବୋଝେଇ ଟ୍ରାକ୍ଟର ଜବତ

ରାଇରଙ୍ଗପୁର ,(ଯୁଗାବ୍ଦ ନ୍ୟୁଜ୍): ରାଇରଙ୍ଗପୁର ବନଖଣ୍ଡ କାର୍ଯ୍ୟାଳୟ ଅନ୍ତର୍ଗତ ଗୋରୁମହିଷାଣି ବନ ସେକସନର ବନ୍ ବିଭାଗ କର୍ମଚାରୀ କଟୁପିଟ ଜଙ୍ଗଲ ଅଂଚଳରେ ଗୁରୁବାର ଅପରାହ୍ନରେ ପେଟ୍ରୋଲିଂ କରୁଥିଲେ ।ହଠାତ୍ କିଛି ପଥର ଗୋଟାଳି ସେମାନଙ୍କୁ ଦୌଡି ପକାଇଥିଲେ ।ସେମାନଙ୍କୁ ଦେଖି ବନ ବିଭାଗର ସନ୍ଦେହ ହେଲା ।ପରେ ସେମାନେ କିଛିବାଟ ଗଲା ପରେ ଏକ ନୀଳ ରଂଗ ଟ୍ରାକ୍ଟର ଦେଖିଥିଲେ ଯେଉଁଥିରେ ପଥର ଭର୍ତ୍ତି ହୋଇଥିଲା ।ଗୋରୁମହିଷାଣି ଫରେଷ୍ଟର ମନୋରଂଜନ ନାଏକ ଏବଂ ଅନ୍ୟ ଷ୍ଟାଫ୍ ମାନେ ଟ୍ରାକ୍ଟର ଜବତ କରି ରାଇରଙ୍ଗପୁର ବନାଞ୍ଚଳ କାର‌୍ୟ୍ୟାଳୟକୁ ଆଣିଥିଲେ ।ସେଠାରେ ମାମଲା ରୁଜୁ କରି ତଦନ୍ତ ଚଳାଇଥିବା ଜଣାପଡିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ