ବନ ସୁରକ୍ଷା ସମିତିର ନୂତନ ସଭା ଗୃହ ନିର୍ମାଣ

ଭଞ୍ଜନଗର, (ସନ୍ତୋଷ କୁମାର ଜେନା):ବଣିଆପଲ୍ଲୀ ବନ ସୁରକ୍ଷା ସମିତିର ନୂତନ ସଭା ଗୃହ ନିର୍ମାଣର ଭୂମି ପୂଜନ ଅନୁଷ୍ଠିତ ହୋଇଯାଇଛି।ଏହି ଗୃହ ନିର୍ମାଣ ହେଲେ ଗୃହକୁ ଜୀବନ ଜୀବିକା ପାଇଁ ଓ ବିଭିନ୍ନ ଉନ୍ନୟନମୂଳକ କାମରେ ବ୍ୟବହାର କରିବା ସହିତ ଜଙ୍ଗଲଜାତ ଦ୍ରବ୍ୟ କୁ ସାଇତି ରଖି ସ୍ୱୟଂ ସହାୟକ ଗୋଷ୍ଠୀ ବ୍ୟବସାୟ କରିପାରିବେ କହିଛନ୍ତି ବନଖଣ୍ଡ ଅଧିକାରୀ ଅଭୟ ଦଳେଇ।। ଏଥି ସହିତ କୋରନା ଭୁତାଣୁ ପାଇଁ ସଚେତନତା ବାର୍ତା ଦେବା ସହିତ ଲୋକ ମାନଙ୍କୁ ମାସ୍କ, ସାବୁନ ଓ ଶୁଖିଲା ଖାଦ୍ୟ ବଣ୍ଟନ କରାଯାଇଥିଲା । ଏହାକୁ ସତ୍ୟସାଇ SHG ର ଗୀତାଞ୍ଜଳି ତ୍ରିପାଠୀ , ହେଲପିଙ୍ଗ ହ୍ୟାଣ୍ଡ ଏବଂ ସ୍ୱାତୀ ଅନୁଷ୍ଠାନ ସହାୟତା କରିଥିଲେ। ଏହି କାଯ୍ୟକର୍ମ ରେ ଉତ୍ତର ଘୁମସୁର ବନଖଣ୍ଡ ଅଧିକାରୀ ଅଭୟ ଦଳେଇ, ଜଗନ୍ନାଥପ୍ରସାଦ ବନାଞ୍ଚଳ ଅଧିକାରୀ ଉମାକାନ୍ତ ଦାସ, ବନପାଳ ସୁରଭି ତ୍ରିପାଠୀ, ବନପାଳ ଈଶ୍ୱ ଗଣେଶ, ସହଯୋଗୀ ସଂସ୍ଥା ସ୍ୱାତୀ ର ସିପୁ ବାବୁ, ସଂଯୋଜକ ରାମଚନ୍ଦ୍ର ବାରିକ, ସମାଜ ସେବୀ ଶୂଳପାଣି ଶତପଥୀ, ହେଲପିଙ୍ଗ ହ୍ୟାଣ୍ଡ ସଂସ୍ଥାର ପ୍ରକାଶ ପ୍ରଧାନ, ବନ ସୁରକ୍ଷା ସମିତି ର ସଭାପତି ବିଶ୍ୱନାଥ ନାଇକ ଏବଂ ଲୋକନାଥ ଆଚାର୍ଯ୍ୟ ପ୍ରମୁଖ ଉପସ୍ଥିତି ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ