ବରଗାଁ ପଞ୍ଚାୟତ ରୋଡ ନିର୍ମାଣ ଶ୍ରମିକଙ୍କୁ ସହାୟତା ପ୍ରଦାନ

ବେଲଗୁଣ୍ଠା,(ଶିବରାମ ଚୌଧୁରୀ):କରୋନା ବିପତ୍ତି କୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ରାସନ କାର୍ଡଧାରୀ,ବୃଦ୍ଧବୃଦ୍ଧା,ନିର୍ମାଣ ଶ୍ରମିକଙ୍କ ପାଇଁ ବିଭିନ୍ନ ପ୍ରକାର ସହାୟତା ଘୋଷଣା କରିଛନ୍ତି ।ଆଗୁଆ ତିନି ମାସର ରାସନ,ପ୍ରତି ରାସନ କାର୍ଡ ଧାରୀଙ୍କୁ ୧୦୦୦ ଟଙ୍କା, ଆଗୁଆ ତିନି ମାସର ଭତ୍ତା,ଉଠା ଦୋକାନୀ ଓ ନିର୍ମାଣ ଶ୍ରମିକଙ୍କୁ ସହାୟତା ରାଶି ଦେବା ପାଇଁ ଘୋଷଣା କରିଛନ୍ତି ।ଏହି ଅବସରରେ ବରଗାଁ ପଞ୍ଚାୟତ ରେ ଆଜି ନିର୍ମାଣ ଶ୍ରମିକ ମାନଙ୍କୁ କରନୋ ସହାୟତା ରାଶି ପ୍ରଦାନ କରାଯାଇଛି ।ଜଗନ୍ନାଥ ପ୍ରସାଦ ବ୍ଳକ୍ ଉପାଧ୍ୟକ୍ଷ ହିମାଂଶୁ ଶେଖର ବାରିକଙ୍କ ସମେତ ସରପଞ୍ଚ ଉମାଶଙ୍କର ବାରିକଙ୍କ ଦ୍ୱାରା ସାମାଜିକ ଦୁରତ୍ୱ ରକ୍ଷା କରି ପଞ୍ଚାୟତ କାର୍ଯ୍ୟାଳୟ, ନୁଆ ସାହି ଓ ଗଡିଶ ପଲ୍ଲୀ ଠାରେ ୧୧୮ଜଣ ନିର୍ମାଣ ଶ୍ରମିକ କାର୍ଡ ଧାରୀଙ୍କୁ ୧୫୦୦ଟଙ୍କା ଲେଖାଏଁ ପ୍ରଦାନ କରାଯାଇଛି ଏବଂ ସେମାନଙ୍କୁ କରୋନା ସମ୍ପର୍କୀୟ ସଚେତନ କରାଯାଇଅଛି ।ଅନ୍ୟମାନଙ୍କ ମଧ୍ୟରେ ବରଗାଁ ପଞ୍ଚାୟତ ଜି.ଆର୍.ଏସ୍ ଲୋକନାଥ ପ୍ରଧାନ ଓ ପିଇଓ ବନୀତା ମଲ୍ଲିକ ପ୍ରମୁଖ ଉପସ୍ଥିତ ଥିଲେ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ