ବୁଗୁଡା ବ୍ଲକ ସ୍ୱାସ୍ଥ୍ୟ ସର୍ଭେ ସହ ଆଉ ପାଦେ ଆଗୁଆ

ବୁଗୁଡା,(ଅନିଲ କୁମାର ମହାରଣା):ବୁଗୁଡା ବ୍ଲକରେ ଆଜି ପ୍ରତ୍ୟେକ ଘରର ସ୍ୱାସ୍ଥ୍ୟ ସର୍ଭେ ଶେଷ ହୋଇଯିବ ବୋଲି ବୁଗୁଡା ବିଡ଼ିଓ ତନ୍ମୟ ପାତ୍ର ପ୍ରକାଶ କରିଛନ୍ତି।ଏଥିସହ କେଉଁ ପରିବାରର କେତେଜଣ ବାହାରେ ରହୁଛନ୍ତି ତାହା ମଧ୍ୟ ସର୍ଭେ ହୋଇଛି। ଗଞ୍ଜାମ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ପ୍ରକାରେ ବୁଗୁଡା ବ୍ଲକର ସମସ୍ତ ସିଆର ସିସି,ଶିକ୍ଷକ ଶିକ୍ଷୟିତ୍ରୀ, ଅଙ୍ଗନବାଡି କର୍ମୀ ଓ ଆଶା କର୍ମୀ ବୃନ୍ଦ ଘରକୁ ଘର ବୁଲି କାହାର କଣ ସ୍ୱାସ୍ଥ୍ୟ ସମସ୍ୟା ରହିଛି ସର୍ଭେ କରିବା ସହ ବୁଗୁଡା ବିଡ଼ିଓଙ୍କ ନିର୍ଦ୍ଦେଶ ପ୍ରକାରେ କେଉଁ ପରିବାରର କେତେଜଣ କେଉଁଠାରେ ରହୁଛନ୍ତି ବିବରଣୀ ସଂଗ୍ରହ କରିବା ସହ ସେମାନଙ୍କ ମୋବାଇଲ ନମ୍ବର ମଧ୍ୟ ସଂଗ୍ରହ କରାଯାଇଛି।ସେହି ମୋବାଇଲ ନମ୍ବରକୁ ବିଡ଼ିଓ ଶ୍ରୀ ପାତ୍ର ଯୋଗାଯୋଗ କରି ସ୍ୱାସ୍ଥ୍ୟ ବିଷୟ ବୁଝିବା ସହ ସେଠାରେ ଘରେ ନିରାପଦରେ ରହିବାକୁ ପରାମର୍ଶ ଦେଇଥିବା ପ୍ରକାଶ କରିଛନ୍ତି। ଏଥିସହ ଯେଉଁମାନେ ବାହାରୁ ଆସି ଘରେ ସଙ୍ଗରୋଧ ହୋଇ ରହିଛନ୍ତି ସେମାନଙ୍କ ସ୍ୱାସ୍ଥ୍ୟଗତ ତଥ୍ୟ ପ୍ରତ୍ୟେକ ଦିନ ସଂଗ୍ରହ କରାଯାଉଥିବା ମଧ୍ୟ ପ୍ରକାଶ କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ