ବରଙ୍ଗ ଗ୍ରାମରେ କୋରନା ସଚେତନ କଲେ ଯୁବକ ସଙ୍ଘ ଓ ଗ୍ରାମର ଭଦ୍ର ବ୍ୟକ୍ତି ମାନେ
ଛତ୍ରପୁର:ଛତ୍ରପୁର ବ୍ଲକ୍ ରେ ବିଭିନ୍ନ ଗ୍ରାମର ଥିବା ଯୁବକ ସଂଘ କୋରନା ଭଳି ମହାମାରୀ ରୋଗ ବିଷୟରେ ଲୋକଙ୍କୁ ସଚେତନ କରିବା ପାଇଁ ଆଗେଇ ଆସିଛନ୍ତି। ଏହି ମହାମାରୀ ସମୟରେ ପ୍ରକୃତ ଏହି ଯୁବଗୋଷ୍ଠୀ ହେଉଛନ୍ତି ଜଣେ ଜଣେ ଯୋଦ୍ଧା କହିଲେ ଅତୃକ୍ତି ହେବ ନାହିଁ ।କରୋନା ତ ଦିନେ ନା ଦିନେ ହାରିବ ମାତ୍ର ଏହି ମହାମାରୀ ସମୟରେ ସେମାନେ ଯେଉଁ ସଚେତନତାର ବାର୍ତ୍ତା ଦେଲେ ତାହା ସବୁଦିନ ପାଇଁ ମାଇଲ ଖୁଣ୍ଟ ସଦୃଶ ଦୀପ୍ତିମନ୍ତ ହୋଇ ରହିବ। ବଡ଼ମାଧପୁର ଗ୍ରାମ ପଂଚାୟତ ଅନ୍ତର୍ଗତ ବରଙ୍ଗ ଗ୍ରାମ ର ଯୁବକ ସଂଘ ଓ ଗ୍ରାମର ଭଦ୍ରବ୍ୟକ୍ତି ମାନଙ୍କ ପକ୍ଷରୁ ଗାଁ କୁ ସମ୍ପୁର୍ଣ୍ଣ ଭାବେ କିପରି ଅନ୍ୟ ଅଂଚଳ ଲୋକେ ଆସିପାରିବେ ନାହିଁ ବାଉଁଶରେ ବାଡ଼ ବାନ୍ଧି ଜଗି ରହିଛନ୍ତି।ଗାଁ ଦାଣ୍ଡରେ ଘର ଘର ବୁଲି ଏହି ଘଡିସନ୍ଧି ସମୟରେ କୋରନା ଭଳି ମହାମାରୀ ରୋଗରୁ ବଞ୍ଚିବା ପାଇଁ ଲୋକଙ୍କୁ ସଚେତନ କରିଥିଲେ। ଏହା ସହ ବାହାରକୁ ନଯିବା ପାଇଁ ସମସ୍ତେ ଶପଥ ନେଇଥିଲେ l ଆବଶ୍ୟକ ନଥିଲେ କେହି ଜଣେ ବି ବ୍ୟକ୍ତି ଗାଁ ବାହାରକୁ ନଯିବା ପାଇଁ କୁହାଯାଇଛି l ଏହା ସହ କେନ୍ଦ୍ର ଓ ରାଜ୍ୟ ସରକାର ଙ୍କ ପକ୍ଷରୁ ଘୋଷଣା କରାଯାଇଥିବା ଲକ ଡାଉନ ନିୟମ କୁ ପାଳନ କରିବା ଏବଂ ଗଞ୍ଜାମ ଜ଼ିଲ୍ଲାପ୍ରଶାସନ ପକ୍ଷରୁ ଲଗାଯାଇଥିବା ଆଂଶିକ ସଟ ଡାଉନ ଉପରେ ଗୁରୁତ୍ୱ ଦେଇ କେହିହେଲେ ଘରୁ ନ ବାହାରିବା ପାଇଁ କୁହାଯାଇଛି l ସେହିପରି ବ୍ଲକ ର ବିଭିନ୍ନ ଗ୍ରାମ ପଂଚାୟତ ର ବହୁ ଗ୍ରାମରେ ଗତକାଲି ଠାରୁ ଅନୁରୂପ ଭାବେ ଯୁବକ ସଂଘ ଏବଂ ଗ୍ରାମବାସୀ ମାନେ ଗାଁ ମୁଣ୍ଡ ରେ ବାଉଁଶ ବାଡ଼ ବାନ୍ଧି ଥିବା ଦେଖିବାକୁ ମିଳୁଛି l