ବରାଙ୍ଗ ଠାରେ ମାର୍କେଟ କମ୍ପେ୍ଲକ୍ସ ଉଦଘାଟିତ
ହାଟଡ଼ିହି, (ବିକାଶ ବିଶ୍ୱାଳ):ହାଟଡିହି ବ୍ଲକର ବରାଙ୍ଗ ଠାରେ ଥିବା ମାର୍କେଟ କମ୍ପେ୍ଲକ୍ସ ଉଦଘାଟିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ବିଧାୟକ ଭାଗିରଥି ସେଠୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହାକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ଏଥିରେ ଅନ୍ୟମାନଙ୍କ ମଧ୍ୟରେ ସମଣା ପଞ୍ଚାୟତର ସରପଞ୍ଚ ଜଗବନ୍ଧୁ କାଣ୍ଡି, ସମିତିସଭ୍ୟଙ୍କ ପ୍ରତିନିଧି ଓ ପଞ୍ଚାୟତର ବିଜେଡି ସଭାପତି ଧୁଶାସନ ବେହେରା ପ୍ରମୁଖ ଯୋଗଦେଇଥିଲେ । ଏହି ମାର୍କେଟ କମ୍ପେ୍ଲକ୍ସ ଘରଟି ପଞ୍ଚାୟତ ପାଇଁ ରୋଜଗାରର ଏକ ମାଧ୍ୟମ ହେବ ବୋଲି ବିଧାୟକ ଶ୍ରୀ ସେଠୀ ମତବ୍ୟକ୍ତ କରିଥିଲେ । ଏହି ଘରଟି ୧୦ବର୍ଷ ପୁର୍ବରୁ ନିର୍ମାଣ ହୋଇଥିଲେ ମଧ୍ୟ କାମ କରିଥିବା ଠିକାଦାର ତାଙ୍କ ପ୍ରାପ୍ୟ ପାଇନଥିବାରୁ ସେ ତାଙ୍କ କବଜାରେ ରଖିଥିଲେ । ଇତିମଧ୍ୟରେ ଘରଟି ଭାଙ୍ଗିରୁଜି ନଷ୍ଟ ହେବାକୁ ବସିଥିବାବେଳେ ବର୍ତ୍ତମାନର ସରପଞ୍ଚ ଜଗବନ୍ଧୁ କାଣ୍ଡିଙ୍କ ଉଦ୍ୟମରେ ଓ ୩୭ନମ୍ବର ଜୋନର ଜିଲ୍ଲାପରିଷଦ ବିମ୍ବାଧର ବିଶ୍ୱାଳ ତାଙ୍କ ପାଣ୍ଠିରୁ ସହାୟତା ଯୋଗାଇ ଦେବାପରେ ଏହି ମାର୍କେଟ କମ୍ପେ୍ଲକ୍ସ ଘରଟିକୁ ମରାମତି କରାଯାଇ ବ୍ୟବସାୟ ପ୍ରତିଷ୍ଠାନ ଉପଯୋଗୀ କରାଯାଇ ପାରିଛି ।