ବରିଷ୍ଠ ଆଇନଜୀବୀ ତଥା ସମାଜସେବୀଙ୍କ ହୃଦଘାତ ରେ ପରଲୋକ

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ) :କନ୍ଧମାଳ ଜିଲ୍ଲାର ଜଣାଶୁଣା ବରିଷ୍ଠ ଓକିଲ, ସମାଜସେବୀ, ବିଜେଡି ନେତା ତଥା କାଉନସିଲର ବୁଲିୟନ ନାୟକ ଙ୍କ ହୃଦଘାତ ରେ ମୃତ୍ୟୁ ଘଟିଛି lବୁଲିଆନଙ୍କ ଜି.ଉଦୟଗିରି ସ୍ଥିତ ବାସଭବନ ରେ ଶୁକ୍ରବାର ଭୋର ୩ଟା ବେଳେ ହୃଦଘାତ ରେ ମୃତ୍ଯୁ ଘଟିଛି l ମୃତ୍ଯୁ ବେଳକୁ ତାଙ୍କୁ ୫୫ ବର୍ଷ ହୋଇଥିଲା l ବୁଲିଆନ ଙ୍କ ଅକାଳ ମୃତ୍ଯୁରେ ଜି.ଉଦୟଗିରି ସମେତ ସମଗ୍ର ଜିଲ୍ଲାରେ ଶୋକ ର ଛାୟା ଖେଳିଯାଇଛି l ବୁଲିଆନ ଜଣେ ଭଲ ସଂଗଠକ, ସମାଜସେବୀ, ଓ ପରୋପକାରୀ ଵ୍ୟକ୍ତି ଥିଲେ l ବର୍ତମାନ ସେ ଜି.ଉଦୟଗିରି ଏନଏସି ରେ  ବିଜେଡି ସମର୍ଥିତ କାଉନସିଲର ଥିଲେ l ବୁଲିଆନ ନାୟକ ପ୍ରଥମେ ଅଧ୍ୟାପକ ଥିଲେ ପରେ ଚାକିରୀ ଛାଡି ଓକିଲାତି ଓ ରାଜନୀତି କରୁଥିଲେ l ସେ ଜନତା ଦଳ ରୂ ଏମପି ପ୍ରାର୍ଥୀ ଭାବେ ଲଢ଼ି ପରାଜୟ ହୋଇଥିଲେ lପରେ କଂଗ୍ରେସ ଟିକେଟ ରେ ଦଶପଲା ରେ ଏମଏଲ ଏ ପାର୍ଥୀ ଭାବେ ଲଢ଼ି ପରାଜିତ ହୋଇଥିଲେ l ସେ ଜଣେ ସ୍ପଷ୍ଟବାଦି ଓ ନିର୍ଭିକ ଵ୍ୟକ୍ତି ଥିଲେ l ଲୋକଙ୍କ ମଧ୍ୟରେ ସଚେତନ ସୃଷ୍ଟି କରିବା ସହ ଜିଲାର ବିକାଶ ଦିଗରେ ଅହରହ ଉଦ୍ୟମ କରି ଆସୁଥିଲେ l ତାଙ୍କର ଏହି ଅକାଳ ମୃତ୍ଯୁରେ କନ୍ଧମାଳ  ସାଂସଦ ଡ଼ଃ.ଅଚ୍ୟୁତ ସାମନ୍ତ, ପୂର୍ବତନ ମନ୍ତ୍ରୀ ପ୍ରତାପ ଜେନା, ଜି.ଉଦୟଗିରି ବିଧାୟକ ସାଲୁଗା ପ୍ରଧାନ, ଏନଏସି ଚେୟାରମେନ ଶ୍ରୀମତୀ ଭାନୁ ପ୍ରଭା ମିଶ୍ର, ସମାଜସେବୀ ସୁବାସ ଶତପଥୀ, ଅଶୋକ ପରିଡ଼ା, ପ୍ରମୁଖ ବ୍ୟକ୍ତି ଗଭୀର ଶୋକ ପ୍ରକାଶ କରିବା ସହ ଶୋକ ସନ୍ତପ୍ତ ପରିବାର ବର୍ଗଙ୍କ ପ୍ରତି ସମବେଦନା ଜଣାଇଛନ୍ତି l ସେହିପରି ବୁଲିଆନଙ୍କ ଅକାଳ ମୃତ୍ଯୁ ଖବର ପାଇ ସମଗ୍ର ଜିଲ୍ଲାର ବହୁ ଆଇନଜୀବି ବିଜେଡି ନେତା ପ୍ରମୁଖ ଜି ଉଦୟଗିରି ଯାଇ ସ୍ବର୍ଗତ ବୁଲିଆନ ନାୟକ ଙ୍କ ଶେଷ ଦର୍ଶନ କରିବା ସହ ଶୋକ ସନ୍ତପ୍ତ ପରିବାର ବର୍ଗ ଙ୍କ ପ୍ରତି ଗଭୀର ସମବେଦନା ଜଣାଇଥିଲେ l
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ