ବରିଷ୍ଠ କମ୍ୟୁନିଷ୍ଟ ନେତା ବଂଶୀଧର ଦାସଙ୍କ ବିୟୋଗରେ ଶୋକ
ଭୁବନେଶ୍ୱର, (ଓ୍ବାଇଏନ୍ଏସ୍):ବରିଷ୍ଠ କମ୍ୟୁନିଷ୍ଟ ନେତା, ଓଡ଼ିଶା ହାଇକୋର୍ଟର ବରିଷ୍ଠ ଆଇନ୍ଜୀବି ଅଧ୍ୟାପକ ବଂଶୀଧର ଦାସଙ୍କ ବିୟୋଗରେ ସମାଜବାଦୀ ପାର୍ଟି ଓଡ଼ିଶା ରାଜ୍ୟ କମିଟି ପକ୍ଷରୁ ଗଭୀର ଶୋକ ପ୍ରକାଶ କରାଯାଇଛି । ‘ପାର୍ଟି’ର ରାଜ୍ୟ ସଭାପତି ରବି ବେହେରା ଏହି ଶୋକ ପ୍ରକାଶ କରିବା ସହିତ ସ୍ୱର୍ଗତ ଦାସଙ୍କ ଜ୍ୟେଷ୍ଠପୁତ୍ର ତଥା ‘ଓଡ଼ିଶା ରାଜ୍ୟ ମାନବିକ ଅଧିକାର’ର ମାନ୍ୟବର ସଦସ୍ୟ ଶ୍ରୀ ଅସିମ ଅମିତାଭ ଦାସଙ୍କ ପାଖକୁ ଏକ ଶୋକବାର୍ତ୍ତା ପଠାଇ ସମବେଦନା ଜ୍ଞାପନ କରିଛନ୍ତି । ସ୍ୱର୍ଗତ ଦାସ ଅବିଭକ୍ତ କଟକ ଜିଲ୍ଲାର ଦଳିତ, ଆଦିବାସୀ ଓ ଶୋଷିତ ଲୋକଙ୍କ ପାଇଁ ସର୍ବଦା ସ୍ୱର ଉତ୍ତୋଳନ କରିବା ସହିତ ତତ୍କାଳୀନ ଗୋବିନ୍ଦପୁର ନିର୍ବାଚନ ମଣ୍ଡଳୀରେ ସି.ପି.ଆଇ.(ଏମ୍)ର ବିଧାୟକ ପ୍ରାର୍ଥୀ ଭାବେ ନିର୍ବାଚନ ଲଢିଥିଲେ । ତାଙ୍କ ବିୟୋଗରେ ଜଗତସିଂହପୁର ଜିଲ୍ଲା ଜଣେ ବରିଷ୍ଠ ମୁରବୀଙ୍କୁ ହରାଇଲା ବୋଲି ଶ୍ରୀ ବେହେରା ତାଙ୍କ ଶୋକବାର୍ତ୍ତାରେ ପ୍ରକାଶ କରିଛନ୍ତି ।