ବରିଷ୍ଠ କଳାକାରଙ୍କ ଭତ୍ତା ବୃଦ୍ଧି ପାଇଁ ହାଟଡ଼ିହି ବିଡ଼ିଓଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ଦେଲେ କଳାକାର ସଂଘ

ହାଟଡ଼ିହି, (ବିକାଶ ବିଶ୍ୱାଳ):ରାଜ୍ୟରେ ନୂଆ ସରକାର କ୍ଷମତାକୁ ଆସିବା ପରେ ମହିଳାଙ୍କ ପାଇଁ ସୁଭଦ୍ରା ଯୋଜନା, ବୟସ୍କଙ୍କ ମାନଙ୍କ ପାଇଁ ବାଦ୍ଧକ୍ୟ ଭତ୍ତା ବୃଦ୍ଧି ଭଳି ପଦକ୍ଷେପ ଗ୍ରହଣ କରି ଲୋକଙ୍କୁ ଆର୍ଥିକ ସହାୟତା ଯୋଗାଇଦେବାକୁ ୧୦୦ ଦିନ ମଧ୍ୟରେ ଖସଡା ପ୍ରସ୍ତୁତ କରିବାକୁ ଉଦ୍ୟମ ଜାରି ରଖିଛନ୍ତି। ସରକାରଙ୍କ ଏଭଳି ପଦକ୍ଷେପକୁ ସ୍ବାଗତ କରିଛି ହାଟଡ଼ିହି ବ୍ଲକ କଳାକାର ସଙ୍ଘ। ମାତ୍ର ଏବେ ମହଙ୍ଗା ବଜାରରେ ଦୁଇ ହଜାର ଟଙ୍କା ଭତ୍ତାପାଇ ଦୁଃସ୍ଥିତିରେ କାଳାତିପାତ କରୁଥିବା ବରିଷ୍ଠ କଳାକାର ମାନଙ୍କୁ ୫ହଜାର ଟଙ୍କା ଭତ୍ତା ଦେବାପାଇଁ କଳାକାର ମାନେ ଦାବି କରିଛନ୍ତି। ବରିଷ୍ଠ କଳାକାର ରତ୍ନାକର ଦାସ, କୁମୁଦୁନି ପଣ୍ଡା,ବାବାଜୀ ଚରଣ ଜେନା, କିଶୋର ଚନ୍ଦ୍ର ମହାନ୍ତି, ଶଙ୍କର୍ଷଣ ମିଶ୍ର, କୂଳମଣି ଜେନା,ପାର୍ବତୀ ଖଣ୍ଡେଇ, ନିରଞ୍ଜନ ଲେଙ୍କା, ମୁରଲୀଧର ଆଇଚ, ନନ୍ଦକିଶୋର ଜେନା, ସୁରେନ୍ଦ୍ର ସା, ବିଦ୍ୟାଧର କବି, ହାଡିବନ୍ଧୁ ସାହୁ, ଆନନ୍ଦ ନାୟକ, ରମାକାନ୍ତ ଶଙ୍ଖୁଆ, ପୂର୍ଣ୍ଣଚନ୍ଦ୍ର ଦାସ, ଉପେନ୍ଦ୍ର ନାଥ ମିଶ୍ରଙ୍କ ସମେତ ୫୦ରୁ ଉର୍ଦ୍ଧ କଳାକାର ଆଜି ଏକତ୍ରିତ ହୋଇ ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଦେଶ୍ୟ ରେ ଏକ ଦାବିପତ୍ର ହାଟଡ଼ିହି ବିଡ଼ିଓଙ୍କ ଜରିଆରେ ପ୍ରଦାନ କରିଛନ୍ତି। ଏଥିରେ ବରିଷ୍ଠ କଳାକାରମାନେ କଳାକାର ଭତ୍ତା ବୃଦ୍ଧି ଦିଗରେ ସରକାର ପଦକ୍ଷେପ ଗ୍ରହଣ କରିବାକୁ ନିବେଦନ କରିଛନ୍ତି। ରାଜ୍ୟରେ ଭତ୍ତା ପାଉଥିବା ବହୁ ବରିଷ୍ଠ କଳାକାର ଆର୍ଥିକ ଦୁର୍ବଳ ଶ୍ରେଣୀର ହୋଇଥିବା ସତ୍ତ୍ବେ ସେମାନଙ୍କ କଳାତ୍ମକ ପ୍ରତିଭା ପାଇଁ ରାଜ୍ୟର କଳା, ସାହିତ୍ୟ, ସଂସ୍କୃତିର ସର୍ବନିମ୍ନ ବିକାଶ ଘଟିଛି। ସେମାନଙ୍କ ମଧ୍ୟରୁ ଅଧିକାଂଶ ବୟସର ଅପରାହଣରେ । ପହଞ୍ଚିଥିଲେ ମଧ୍ୟ କଳାର ପ୍ରଚାର ଓ ପ୍ରସାର ଏବଂ ସୁରକ୍ଷା ଦିଗରେ ସେମାନଙ୍କର ଭୂମିକା ଅନସ୍ବୀକାର୍ଯ୍ୟ। କଳାକାରମାନଙ୍କ ଭୁମିକାର ଗୁରୁତ୍ବକୁ ଅନୁଭବ କରି ବାଦ୍ଧକ୍ୟ ଭତ୍ତା ବୃଦ୍ଧି କରିବା ସହିତ ବରିଷ୍ଠ କଳାକାରମାନଙ୍କ ଭତ୍ତା ଦୁଇହଜାର ଟଙ୍କାରୁ ୫ ହଜାର ଟଙ୍କାକୁ ବୃଦ୍ଧି କରିବାକୁ ପତ୍ର ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଅନୁରୋଧ ରଖାଯାଇଛି। ଏ ଦିଗରେ ସରକାର କାର ଆବଶ୍ୟକ ପଦକ୍ଷେପ ନେଲେ ବରିଷ୍ଠ କଳାକାରମା କାରମାନେ ବେଶ୍ ଉପକୃତ ହୋଇପାରିବେ ବୋଲି ପତ୍ର ପତ୍ରରେ ଉଲ୍ଲେଖ ରହିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ