ବରିଷ୍ଠ ନାଗରିକଙ୍କୁ ତୀର୍ଥ ବୁଲାଇଲା ତାଳପଦା ଯୁବକ ସଂଘ

ବନ୍ତ, (ଚାନ୍ଦିନୀ ମହାନ୍ତି):ବନ୍ତ ବ୍ଲକ ସେଣ୍ଢତୀରା ପଞ୍ଚାୟତ ତାଳପଦା ଯୁବକ ସଂଘର ‘ସେବା କରିବା ଆମର କର୍ତ୍ତବ୍ୟ’ ସଂଗଠନ ତରଫରୁ ବରିଷ୍ଠ ନାଗରିକ ମାନଙ୍କୁ ତୀର୍ଥକ୍ଷେତ୍ର ଭ୍ରମଣ କରାଯାଇଛି । ବାଲିଗଢିଆ, କୁମ୍ଭାରିଆ, ତାଳପଦା, ଡାଳିମ୍ବଗଢିଆ, ଶିଆଳିଆ, ରତାଗଢିଆ, ଘରପଦା, ବିଂଝା ଆଦି ଗ୍ରାମର ୬୦ ଜଣ ବରିଷ୍ଠ ନାଗରିକଙ୍କୁ ଏକ ବସ୍ ଯୋଗେ ବାଲେଶ୍ୱର ଜିଲାର କ୍ଷୀରଚୋରା ଗୋପିନାଥ ମନ୍ଦିର, ଇମାମୀ ଜଗନ୍ନାଥ ମନ୍ଦିର, ବଳରାମ ଗଡି, ଚାନ୍ଦିପୁର ବେଳାଭୂମି ଆଦି ସ୍ଥାନ ବୁଲାଇ ନିଆଯାଇଥିଲା । ଏସମସ୍ତ ବାବଦ ଖର୍ଚ୍ଚକୁ ଯୁବକ ସଂଘ ପକ୍ଷରୁ ସଂପୂର୍ଣ୍ଣ ବହନ କରାଯାଇଥିଲା । ଯୁବକ ସଂଘର ସଦସ୍ୟ ହିମାଂଶୁ ଶେଖର ଧଳଙ୍କ ତତ୍ତ୍ୱାବଧାନରେ ଭଗବାନ ଜେନା, ଦୀପ୍ତିରଂଜନ ବାରିକ, ଦେବାଶୀଷ ପାତ୍ର, ନାରାୟଣ ଜେନା, ଦୀପକ ପାତ୍ର,ସଂଜୟ କୁମାର ଜେନା, ସିପୁନ୍ ନାୟକ, ହୃଦାନନ୍ଦ ନାୟକ, ସୁରେନ୍ଦ୍ର ସାହୁ, ସୁକାନ୍ତ ନାୟକ, ଦିଲ୍ଲୀପ ଜେନା, କପିଲ ଜ୍ଞାନ୍‌, ସୁଧାଂଶୁ ମଲ୍ଲିକ, ସୁରେଶ ଜେନା, ବିଜୟ ନାୟକ, ଚନ୍ଦ୍ରକାନ୍ତ ସାହୁ, ଧର୍ମେନ୍ଦ୍ର ପାତ୍ର, ରାଜଲକ୍ଷ୍ମୀ ବିଶ୍ୱାଳ ସହଯୋଗ କରିଥିଲେ । ଯୁବକ ସଂଘର ଏଭଳି କାର୍ଯ୍ୟକୁ ସ୍ଥାନୀୟ ଅଞ୍ଚଳରେ ପ୍ରଶଂସା କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ