ପ୍ରଶାସନିକ ଅଧିକାରୀଙ୍କ ବେପରୁଆ ଚିଠି ଦ୍ୱନ୍ଦରେ ଆବେଦନକାରୀ

ନାଉଗାଁ, (ଯୁଗାବ୍ଦ ନ୍ୟୁଜ):ନାଉଗାଁ ବ୍ଳକ ଅନ୍ତର୍ଗତ କାନୁନଗୋସାହିର ଜୈନିକ ବ୍ୟକ୍ତି ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବିଭାଗର କିଛି ତଥ୍ୟ ଜାଣିବା ପାଇଁ ସୂଚନା ଅଧିକାର ଆଇନ ବଳରେ ଆବେଦନ କରିଥିଲେ । ଉକ୍ତ ଆବେଦନ ଫର୍ମକୁ ଡାକ ମାଧ୍ୟମରେ ନାଉଗାଁ ପଂଚାୟତ ସମିତି କାର୍ଯ୍ୟାଳୟର ଜନ ସୂଚନା ଅଧିକାରୀଙ୍କ ନିକଟକୁ ଗତ ଡିସେମ୍ବର ୨୭ରେ ପ୍ରେରଣ କରିଥିଲେ । ପଂଚାୟତ ସମିତି କାର୍ଯ୍ୟାଳୟ ପକ୍ଷରୁ ଚିଠି ସଂଖ୍ୟା-୩୨/ତା୦୫ା୦୧ା୨୦୨୩ରେ ଜନ ସୂଚନା ଆଇନରେ ମଗା ଯାଇଥିବା ସମସ୍ତ ତଥ୍ୟ ପ୍ରଦାନ ପାଇଁ ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବିଭାଗର ନାଉଗାଁ କାର୍ଯ୍ୟାଳୟକୁ ଚିଠି କରାଯାଇଥିଲା । ଉକ୍ତ ଚିଠି ବଳରେ ନାଉଗାଁ ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବିଭାଗର ସହକାରୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ତରଫରୁ ଚିଠି ସଂଖ୍ୟା-୦୮/ତା୧୬ା୦୯ା୨୦୨୩ରେ ଆବେଦନ କରିଥିବା ସଂପୃକ୍ତ ବ୍ୟକ୍ତିଙ୍କ ନିକଟକୁ ସ୍ପିଡ ପୋଷ୍ଟ ମାଧ୍ୟମରେ ଏକ ଚିଠି ପ୍ରଦାନ କରାଯାଇଥିଲା । ଉକ୍ତ ଚିଠିକୁ ପାଇବା ପରେ ଆବେଦନକାରୀ ଅର୍ଥ ପୈଠ କରିବାକୁ ଦ୍ୱନ୍ଦରେ ଥିବା କହିଛନ୍ତି । ପ୍ରଥମତଃ ଏହି କାର୍ଯ୍ୟାଳୟରୁ ପଠାଯାଇ ଚିଠିର ତାରିଖରେ ଭୁଲ ମାସ ଦର୍ଶାଯାଇଛି । କେବଳ ସେତିକି ନୁହେଁ ନିମ୍ନରେ ସ୍ୱାକ୍ଷର କରିଥିବା ପ୍ରଶାସନିକ ଅଧିକାରୀଙ୍କ ସ୍ୱାକ୍ଷର ତଳେ ତା୧୬ା୦୯ା୨୦୨୩ ବୋଲି ଦର୍ଶାଇଛନ୍ତି । ଏତ୍‌ଦ ବ୍ୟତିତ ଉପରେ ଦର୍ଶାଯାଇଥିବା ମସିହାକୁ ମଧ୍ୟ କଲମ କାଳି ସାହାର୍ଯ୍ୟରେ ୨୦୨୨ ମସିହାକୁ ୨୦୨୩ କରାଯାଇଥିବା ଦେଖିବାକୁ ମିଳୁଛି । ଗୁରୁତ୍ୱପୂର୍ଣ୍ଣ କଥା ଏହି ଚିଠିରେ ଉଲ୍ଲେଖ ରହିଛି କିି ଚିଠି ପାଇବାର ୧୫ଦିନ ମଧ୍ୟରେ ସମସ୍ତ ଅର୍ଥ ପୈଠ କଲେ ଆବଶ୍ୟକ ତଥ୍ୟ ପ୍ରଦାନ କରାଯିବ,ଅନ୍ୟଥା ଆବେଦନକୁ ପ୍ରତ୍ୟାଖାନ କରାଯିବ ବୋଲି ନିର୍ଦ୍ଦେଶ ଦିଆଯାଇଛି । ଯଦି କାର୍ଯ୍ୟାଳୟର ପଠାଯାଇଥିବା ପତ୍ର ସଂଖ୍ୟାକୁ ଧରାଯାଏ ତେବେ ଉକ୍ତ ଅର୍ଥ ଆସନ୍ତା ସେପ୍ଟମ୍ବର ୩୦ରେ ପରେ ପୈଠ କରାଯିବ । ଯାହାକୁ ନେଇ ଆବେଦନକାରୀ ଦ୍ୱନ୍ଦରେ ପଡିଥିବା ମତ ଦେଇଛନ୍ତି । ଏସଂପର୍କରେ ବିଭାଗୀୟ ସହକାରୀ ଯନ୍ତ୍ରୀ ଇଂ. ରଶ୍ମିରଂଜନ ଦାସଙ୍କୁ ପଚାରିବାରୁ କାର୍ଯ୍ୟାଳୟର ରହିଥିବା ଚିଠି ଦେଖିବା ପରେ ଯାହା କରିବି ବୋଲି କହିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ