ବରିଷ୍ଠ ନାଗରିକଙ୍କୁ ଯୋଗଶିକ୍ଷା
ବାଲେଶ୍ୱର, (ସରୋଜ ପଣ୍ଡା) :-ବାଲେଶ୍ୱର ଅବସରପ୍ରାପ୍ତ ସରକାରୀ କର୍ମଚାରୀ ତଥା ସହାୟକଙ୍କ ପାଇଁ ଏକ ଯୋଗ ପ୍ରଶିକ୍ଷଣ ଶିବିରର ଅନୁଷ୍ଠିତ ହୋଇଯାଇଛି । ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘ କାର୍ଯ୍ୟାଳୟରେ ଆୟୋଜିତ ଶିବିରକୁ ସଭାପତି ବରିଷ୍ଠ ଇଂ. ବନମାଳି ନାୟକ ଉଦଘାଟନ କରିଥିଲେ । ବାଲେଶ୍ୱର ଯୋଗ ମହୋତ୍ସବ ସମିତିର ସଂଯୋଜକ ଯୋଗଗୁରୁ ସୁଜିତ୍ କୁମାର ଜେନାଙ୍କ ତତ୍ତ୍ୱାବଧାନରେ ଯୋଗଶିକ୍ଷା ପ୍ରଦାନ କରାଯାଇଥିଲା । ଯୋଗ ଶିକ୍ଷୟତ୍ରୀ ସ୍ନେହଲତା ଦାସ ଓ ସମିତିର ସହ ସଂଯୋଜକ ଅଜୟ କୁମାର ଚୌଧୁରୀ ଏହାକୁ ପରିଚାଳନା କରିଥିଲେ । ଏହି ଶିବିରରେ ସହଜ ଓ ଚାପମୁକ୍ତ ବିଭିନ୍ନ ଯୋଗଶିକ୍ଷା ପ୍ରଦାନ କରାଯାଇଥିଲା । ଏଥିରେ ସଭାପତି ନିଜେ ଉପସ୍ଥିତ ରହିବା ସଙ୍ଗେସଙ୍ଗେ ସମ୍ପାଦକ ବସନ୍ତ କୁମାର ନାୟକ, ସୁଦର୍ଶନ ଦାସ, ଶଚୀନ୍ଦ୍ର କୁମାର ଦାସ, ଅକ୍ଷୟ କର, କମଳାକାନ୍ତ ନାୟକ, ସୁରେନ୍ଦ୍ର ଧଳ, କାମିନୀକାନ୍ତ ପାଢ଼ୀ, ଯୋଗେନ୍ଦ୍ର ସିଂ, ଗଙ୍ଗାଧର ପୃଷ୍ଟି, ଗୋବିନ୍ଦ ମାଝୀ, ଗୌରାଙ୍ଗ ସାହୁ, ଦେବଦତ୍ତ ବେହେରା, ବାସନ୍ତୀ ପାଣି, ବେଣୁଧର ସାହୁ, ପ୍ରଣବ କୁମାର ରଣା, ଲମ୍ବୋଦର ଗିରି, ସତ୍ୟନାରାୟଣ ନାୟକ, ବିଭୂତି ଦାସ, ପ୍ରମୁଖ ପ୍ରାୟ ୩୦ଜଣ ଉପସ୍ଥିତ ରହି ଯୋଗଶିକ୍ଷା ଗ୍ରହଣ କରିଥିଲେ । ଏହି ଶିବିର ଚାରିଦିନ ଧରି ଚାଲୁ ରହିବ । ଶେଷ ଦିନରେ ସିଦ୍ଧି କଲ୍ୟାଣ ମଣ୍ଡପରେ ବିଶ୍ୱ ଯୋଗ ଦିବସ ଜୁନ୍ ୨୧ ତାରିଖ ଅବସରରେ ଦିବା ୮ ଘଟିକା ସମୟରେ ଉପସ୍ଥିତ ରହିବାକୁ ସଭାପତି ସମସ୍ତଙ୍କୁ ଅନୁରୋଧ କରିଥିଲେ ।