ବରିଷ୍ଠ ନାଗରିକଙ୍କ ପ୍ରତିମୂର୍ତ୍ତୀ ଉନ୍ମୋଚନ
ଭଣ୍ଡାରିପୋଖରୀ, (ଦୁର୍ଯ୍ୟୋଧନ ଲେଙ୍କା):ଭଣ୍ଡାରିପୋଖରୀ ବ୍ଲକ ରାଜେନ୍ଦ୍ରପୁର ଗ୍ରାମର ବିରିଷ୍ଠ ନାଗରିକ ସ୍ୱର୍ଗତ ନୃସିଂହ ଚରଣ ରାଉତଙ୍କ ପ୍ରତିମୂର୍ତ୍ତୀ ଉନ୍ମୋଚିତ ହୋଇଯାଇଛି । ସ୍ୱର୍ଗତ ରାଉତ ଗ୍ରାମରେ ମୁରବୀ ଶ୍ରେଣୀୟ ଲୋକ ଥିବାବେଳେ ସେ ୨୦୧୨ ମସିହାରେ ପରଲୋକ ଗମନ କରିଥିଲେ । ସ୍ୱର୍ଗତ ରାଉତଙ୍କ ସ୍ମୃତିରକ୍ଷା ପାଇଁ ମଝିଆ ପୁଅ ନୀରୋଦ ରାଉତ ଗ୍ରାମରେ ପ୍ରତିନିର୍ମାଣ କରିବା ସହ ତାହାକୁ ଏବେ ଉନ୍ମୋଚନ କରିଛନ୍ତି । ଶ୍ରାଦ୍ଧଦିବସରେ ବୈଦିକ ବିଧି ଅନୁଯାୟୀ ବରିଷ୍ଠ ନାଗରିକଙ୍କ ପ୍ରତିମୂର୍ତ୍ତୀକୁ ଶିକ୍ଷାବିତ ବାଇଧର ସ୍ୱାଇଁ ଉନ୍ମୋଚିତ କରିଥିଲେ । ଏଥିରେ ସୁରେନ୍ଦ୍ର ବାରିକ, ବାଇଧର ମହାନ୍ତି, ସୁଦର୍ଶନ ସେଠୀ, ମନୋରଞ୍ଜନ ମହାନ୍ତି, ଶ୍ରୀନିବାସ ରାଉତ, ପ୍ରଦୀପ ରାଉତ, ଉମ୍ବରୁଧର ରାଉତ, ରତନ କୁମାର ରାଉତ ପ୍ରମୁଖ ଉପସ୍ଥିତ ଥିଲେ ।


