ବରିଷ୍ଠ ନାଗରିକ ପରିଷଦରେ ଶୋକସଭା
ଗଞ୍ଜାମ , (ଯୁଗାବ୍ଦ ନ୍ୟୁଜ) : ଗଞ୍ଜାମ ପୌରାଞ୍ଚଳ ବରିଷ୍ଠ ନାଗରିକ ପରିଷଦରେ ଉପସଭାପତି ରବୀନ୍ଦ୍ର କୁମାର ପଣ୍ଡା ଙ୍କ ଅଧ୍ୟକ୍ଷତାରେ ଶୋକସଭା ଅନୁଷ୍ଠିତ ହୋଇଯାଇଛି । ଏହି ଶୋକ ସଭାରେ ଅନୁଷ୍ଠାନର ସଦସ୍ୟ ବୀରେନ୍ଦ୍ର କୁମାର ବେହେରା ଏବଂ ସୁରେନ୍ଦ୍ରମଣ୍ଡଳଙ୍କ ଆଜି ଦେହାନ୍ତ ହୋଇଥିବା ନେଇ ପ୍ରସ୍ତାବ ଆଗତ କରି ଦୁଇମିନିଟ ନିରବ ପ୍ରାଥନା କରାଯାଇ ସେମାନଙ୍କର ଶୋକସନ୍ତାପ ପରିବାରଙ୍କୁ ସମବେଦନା ଜଣାଇଥିଲେ । ଉକ୍ତ ଶୋକସଭାରେ ସମ୍ପାଦକ ଗୋରୀ ଶଙ୍କର ପାଢ଼ୀ, ବାସୁଦେବ ମହାରଣା ଦୁଇ ସଦସ୍ୟଙ୍କ ବିୟୋଗରେ ସ୍ମୃତି ଚାରଣ କରିବା ସହ ଅନୁଷ୍ଠାନର ସଦସ୍ୟ ବୃନ୍ଦାବନ ପାଣିଗ୍ରାହୀ, ବ୍ରଜ ସୁନ୍ଦର ପାଣିଗ୍ରାହୀ, କିଶୋର ଚନ୍ଦ୍ର ମହାପାତ୍ର, ଲକ୍ଷ୍ମୀଦାସ, ଦଣ୍ଡପାଣି ସାବତ, ଦେବେନ୍ଦ୍ର ପଣ୍ଡା ଝଡିଆ ଦଳାଇ, ଅଭିରାମ ଗୌଡ଼, ଉଦୟ ମହାରଣା, ଏରୁ ରେଡି, ଅରିକ୍ଷୀତ ମହାଙ୍କୁଡ, କିଶୋର ଚନ୍ଦ୍ର ମହାପାତ୍ର, ପ୍ରାଣନାଥ ବେହେରା, ବିନୋଦ ମହାପାତ୍ର, ପଦ୍ମଚରଣ ପାଢ଼ୀ ରଘୁନନ୍ଦନ ମହାପାତ୍ର, ରାମକୃଷ୍ଣ ଆଚାର୍ଯ୍ୟ ଏବଂ ରବୀନ୍ଦ୍ର ଆଚାର୍ଯ୍ୟ ଙ୍କ ସମେତ ଅନ୍ୟମାନେ ଉପସ୍ଥିତ ଥିଲେ ।