ବରିଷ୍ଠ ନାଗରିକ ମଂଚ ଓ ବାଲିଆ ବଜାର କମିଟି ପକ୍ଷରୁ କରୋନା ସଚେତନ
କେନ୍ଦ୍ରାପଡା : ବରିଷ୍ଠ ନାଗରିକ ମଂଚ,ବାଲିଆ ବଜାର କମିଟି ଓ ଭାଗବତପୁର ଗ୍ରାମପଂଚାୟତ ପକ୍ଷରୁ ମିଳିତ ଭାବରେ ଜନସାଧାରଣଙ୍କୁ କରୋନା ଭୂତାଣୁ ସଂକ୍ରମଣରୁ ସୁରକ୍ଷା ପାଇବା ପାଇଁ ସଚେତନ ହେବାକୁ ନିବେଦନ କରାଯାଇଛି । ଏ ସମ୍ପର୍କରେ ସରକାରଙ୍କ ସୁରକ୍ଷା ପଦକ୍ଷେପ ଯଥା ସାମାଜିକ ଦ୍ୱରତ୍ୱ ରକ୍ଷା କରିବା, ବିନା ଆବଶ୍ୟକତାରେ ଘରୁ ବାହାରକୁ ନବାହାରିବା ଏବଂ ୭ଜଣରୁ ଅଧିକ ଲୋକ କୈାଣସି ସ୍ଥାନରେ ଏକାଠି ନହେବାକୁ ନିବେଦନ କରାଯିବା ସହିତ କରୋନା ଭୂତାଣୁ ସଂକ୍ରମଣ ଜନିତ ଚିକିତ୍ସା ନିମନ୍ତେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଜନସାଧାରଣ ଅର୍ଥଦାନ କରିବାକୁ ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ବାନାମ୍ବର ସାହୁ, ବାଲିଆ ବଜାର କମିଟି ସଭାପତି ପ୍ରମୋଦ କୁମାର ସାହୁ, ମଧୁସାଗର ମହୋତ୍ସବ କମିଟି ବରିଷ୍ଠ ସଭ୍ୟ ନାରାୟଣ ପତି, ମଦନ ମୋହନ ବେହେରା, ନାରାୟଣ ସ୍ୱାଇଁ, ରାଜକିଶୋର ଜେନା, ଦେବକୀନନ୍ଦନ ମିଶ୍ର, ଭାଗବତପୁର ସରପଂଚ ଧରଣୀଧର ଦାସଙ୍କ ସମେତ ବରିଷ୍ଠ ବୁଦ୍ଧିଜୀବିମାନେ ନିବେଦନ କରିଛନ୍ତି ।


