ବରିଷ୍ଠ ନାଗରିକ ମଞ୍ଚରେ ଗୁରୁ ଦିବସ ପାଳିତ

ପାରଳାଖେମୁଣ୍ଡି,(ତାରିଣୀ ପଣ୍ଡା): ଗୁରଣ୍ଡିରେ ଆଜି ସ୍ଥାନୀୟ ବରିଷ୍ଠ ନାଗରିକ ମଞ୍ଚ ପରିସରରେ ଡଃ ସର୍ବପଲ୍ଲୀ ରାଧାକ୍ରୀଷ୍ଣ ଜନ୍ମ ଦିନ ଅବସରରେ ଦିବସ ପାଳନ କରାଯାଉଥିଲା | ଏଥିରେ ସ୍ଥାୟୀ ସଭାପତି ଶ୍ରୀ ବିଜୟ ପାତ୍ର ଅଧକ୍ଷତା କରିଥିଲେ | ବୟୋଯ୍ୟଷ୍ଠ ଶିକ୍ଷକ ଶ୍ରୀ ଜନାର୍ଦନ ପାତ୍ର ମୁଖ୍ୟ ବକ୍ତା ହିସାବରେ ଯୋଗଦାନ କରିଥିଲେ | ତତସହିତ ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଶିକ୍ଷକ ଶ୍ରୀ ବିନୋଦନ ଜେନା ସମ୍ମାନିତ ଅତିଥି ଭାବେ ଯୋଗଦାନ କରିଥିଲେ | ଏହି ଅବସରେ ତିନିଜଣଙ୍କୁ ସମ୍ମାନିତ କରାଯାଇଥିଲା | ସେମାନେ ହେଲେ ଶ୍ରୀ ଜନାର୍ଦନ ପାତ୍ର,ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଶ୍ରୀ ବିନୋଦ ଜେନା,ଶାରୀରିକ ଶିକ୍ଷା ନିରୀକ୍ଷକ ଶ୍ରୀ ସଞ୍ଜୟ ପାତ୍ର,ଏହି ଅବସରରେ ଅଧ୍ୟାପକ ସୁବାସ ସାମଲ,ଶିକ୍ଷକ ରଜନୀ ରାଉତ, ଶିକ୍ଷକ ପୀତବାସ ସାମଲ,ଖଗେଶ୍ୱର ପାତ୍ର,ଭାଶକ୍କର ରାଉତ,ଅର୍ଜୁନ ଦଳାଇ,ଘନଶ୍ୟାମ ଜେନା,ଉପସ୍ଥିତ ରହି ଉକ୍ତ ଦିବସର ତାତ୍ପର୍ଯ୍ୟ ବିଷୟରେ ସଂକ୍ଷିପ୍ତ ଭାଷଣ ପ୍ରଦାନ କରିଥିଲେ | ଶେଷରେ ସେବା ନିବୃତ ପ୍ରଧାନ ଶିକ୍ଷକ ହରିକୃଷ୍ଣ ଜେନା ଧନ୍ୟବାଦ ଅର୍ପଣ କରିଥିଲେ | ଏସବୁ କାର୍ଯ୍ୟକ୍ରମ କୋଭିଡ-୧୯ ଅନୁଯାୟୀ ପାଳନ ହୋଇଥିଲା |

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ